ଏସ-୪୦୦ : ଶତ୍ରୁକୁ ଥରକେ ୩୬ ଥର ପ୍ରହାର କରିବ

0

ନୂଆଦିଲ୍ଲୀ,୫/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ବୈଠକ ସମୟରେ ଏସ-୪୦୦ ଡିଲ ଉପରେ ମୋହର ବାଜିଛି। ଏହି ଡିଲ ଉପରେ ଆମେରିକା ସମେତ ପୂରା ଦୁନିଆର ନଜର ଥିଲା । ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମକୁ ଦୁନିଅIର ସବୁଠୁ ଆଡଭାନ୍ସ ଅସ୍ତ୍ର କୁହାଯାଏ। ଏହି ମିସାଇଲ ସିଷ୍ଟମ ପାଇଁ ଭାରତକୁ ପ୍ରାୟ ୪୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଭାରତ ଏହି ମିସାଇଲ ଡିଫେନ୍ସ ସିଷ୍ଟମର ୫ ରେଜିମେଣ୍ଟ କ୍ରୟ କରୁଛି। ଏହା ଦେଶର ସବୁଠୁ ବଡ଼ ଡିଫେନ୍ସ ଡିଲ I

ଏସ-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ, ଯାହା ଶତ୍ରୁର ବିମାନକୁ ଆକାଶରୁ ତଳକୁ ଖସାଇ ପାରେ। ଏସ-୪୦୦କୁ ରୁଷର ସବୁଠୁ ଆଡଭାନ୍ସ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ପ୍ରକ୍ଷେପଣ କରି ପାରୁଥିବା ମିସାଇଲ ସିଷ୍ଟମ କୁହାଯାଏ। ଏହା ଶତ୍ରୁ ପକ୍ଷର କ୍ରୁଜ, ଏୟାରକ୍ରାଫ୍ଟ ଓ ବାଲିଷ୍ଟିକ ମିସାଇଲକୁ ମାରି ତଳକୁ ଖସାଇବାକୁ ସକ୍ଷମ। ଏହି ସିଷ୍ଟମ ରୁଷର ଏସ-୩୦୦ର ଅପଗ୍ରେଡେଡ ଭର୍ସନ ଅଟେ। ଏହି ମିସାଇଲ ସିଷ୍ଟମକୁ ଅଲଜାମ-ଆନ୍ତେ ପ୍ରସ୍ତୁତ କରିଛନ୍ତି। ଯାହା ରୁଷରେ ୨୦୦୭ ପରଠୁ ସେବାରେ ଲାଗିଛି। ଏହା ଗୋଟିଏ ରାଉଣ୍ଡରେ ୩୬ ଥର ପ୍ରହାର କରିବାକୁ ସକ୍ଷମ ।

Leave A Reply

Your email address will not be published.