ଏହି ହୋଟେଲରେ ପାଣି ପାଇଁ ଗ୍ରାହକଙ୍କୁ କଟକଣା

0

ଦେଶରେ ଦିନକୁ ଦିନ ମରୁଡିର ସମସ୍ୟା ବଢିବାକୁ ଲାଗିଛି । ଏହି ସମସ୍ୟା ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଦେଖାଯାଉଛି । ଖାସକରି ଗ୍ରୀଷ୍ମ ଋତୁରେ ଏଠାରେ ପାଣିର ସମସ୍ୟା ଅତ୍ୟାଧିକ ମାତ୍ରାରେ ବଢିଯାଇଥାଏ । ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ପୁଣେରେ ଏକ ଭିନ୍ନ ପ୍ରୟାସ କରାଯାଇଥିବା ଦେଖିବାକୁ ମିିଳିଛି, ଯାହା ଶୁୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ପୁଣେର ଅଧିକାଂଶ ହୋଟେଲ ଏବଂ ରେସ୍ତରୋଁରେ ଆସୁଥିବା ଗ୍ରାହକଙ୍କୁ କେବଳ ଅଧା ଗ୍ଲାସ ପାଣି ସର୍ଭ କରାଯିବ ବୋଲି ହୋଟେଲ ମାଲିକମାନେ ନିଷ୍ପତ୍ତି ନେଇଛନ୍ତି । ପାଣି ସଞ୍ଚୟ କରିବା ପାଇଁ ତାଙ୍କର ଏହା ଏକ ଭିନ୍ନ ପ୍ରୟାସ ବୋଲି କୁହାଯାଉଛି । ଜଣେ ହୋଟେଲ ମାଲିକ କହିଛନ୍ତି, ପ୍ରଥମେ ହୋଟେଲ ପାଇଁ ପ୍ରତିଦିନ ୧୬୦୦ ଲିଟର ପାଣି ବ୍ୟବହାର ହେଉଥିଲା । କି;ୁ ଏହି ନୂତନ ପଦ୍ଧତି ଆପଣାଇବା ପରଠାରୁ ପ୍ରତିଦିନ ୫୦% ପାଣି ସଞ୍ଚୟ କରାଯାଇ ପାରୁଛି । ହୋଟେଲକୁ ଆସୁଥିବା ପ୍ରତି ଗ୍ରାହକ ୧୦୦ ମିଲି ଲିଟର ପାଣି ନଷ୍ଟ କରିଥାନ୍ତି । କି;ୁ ବର୍ତ୍ତମାନ ଏହି ସମସ୍ୟାକୁ ଦୂର କରାଯାଇ ପାରିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.