ଓଡିଆ ଭାଷାକୁ ଅଫିସିଆଲ ଭାଷା ଭାବେ ବ୍ୟବହାର କଲେ ପୁରସ୍କାର ଦେବେ ରାଜ୍ୟ ସରକାର

0

ଭୁବନେଶ୍ୱର,୨୬/୨: ଆଜି ସଚିବାଳୟରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୭ଟି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ସରଳ ହେଲା ବନ୍ୟପ୍ରାଣୀ ଆକ୍ରମଣ କ୍ଷେତ୍ରରେ କ୍ଷତିପୂରଣ ସହାୟତା ନିୟମ, ଏଣିକି ୩ ଦିନରେ ହେବ ଆକ୍ରମଣର ତଦନ୍ତ, ୧୫ଦିନରେ ମିଳିବ ସହାୟତା । ସରକାରୀ ଡାକ୍ତରଙ୍କ ପାଇଁ ପଦୋନ୍ନତି ବ୍ୟବସ୍ଥା, ନିୟମିତ ଚାକିରି କରୁଥିଲେ ୭, ୧୪, ଏବଂ ୨୧ ବର୍ଷରେ ଏଣିକି ମିଳିବ ପଦୋନ୍ନତି । ସେହିପରି ଗଣଶିକ୍ଷା ଅଧୀନକୁ ଯାଇଥିବା +୨ କଲେଜରେ ଅଧ୍ୟପାକ ନିଯୁକ୍ତି ପାଇଁ କ୍ୟାଡର, ସ୍କୁଲରେ PGT ଶିକ୍ଷକ ନିଯୁକ୍ତି ପାଇଁ କ୍ୟାଡର, ଏବଂ ଓଏସଏସଏସସି ଏହି ମାନଙ୍କୁ ନିଯୁକ୍ତି କରିବେ । ଜଳ ସଂପଦ ବିଭାଗ ଇଂଜିନିୟରିଂ କ୍ୟାଡରରେ ସଂଶୋଧନ ଉପରେ ମଧ୍ୟ ମୋହର ମାରିଛି ରାଜ୍ୟ କ୍ୟାବିନେଟ ।

ତେବେ ରାଜ୍ୟ କ୍ୟାବିନେଟ ଓଡିଆ ଭାଷାକୁ ନେଇ ପୁଣି ଏକ ଘୋଷଣା କରିଛନ୍ତି । ଏଣିକି ଓଡ଼ିଆ ଭାଷାକୁ ଅଫିସିଆଲ ଭାଷା ଭାବେ ବ୍ୟବହାର ପାଇଁ ମିଳିବ ପୁରସ୍କାର । ଯେଉଁମାନେ ବେଶୀ ବ୍ୟବହାର କରୁଥିବେ ସେମାନଙ୍କୁ ମିଳିବ ପୁରସ୍କାର, ବ୍ୟବହାର କରୁନଥିବା ଅଧିକାରୀଙ୍କ ପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା କରାଯାଇଛି । ତେବେ ଓଡିଆ ଭାଷାକୁ ନେଇ ଯେଉଁ ନିୟମ କରାଯାଇଛି ତାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ଏହି ଘଷୋଣା ଓଡିଆ ଭାଷାର ବ୍ୟବହାରକୁ ପ୍ରତ୍ସାୋହନ ଦେବା ପାଇଁ ହୋଇଛି ନା ରାଜ୍ୟ ସରକାର ନିଜର ବିଫଳତାକୁ ଲୁଚାଇକୁ ଏହି ଘୋଷଣା କରିଛନ୍ତି । କାରଣ ଏହା ପୂର୍ବରୁ ରାଜ୍ୟ ସରକାର ଓଡିଆ ଭାଷାର ବ୍ୟବହାରରୁ ବାଧ୍ୟତା ମୂଳକ କରିଥିଲେ । ଏହାସହ ଯଦି ଏହାକୁ କିଏ ଅବମାମନା କରେ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର କହିଥିଲେ ।

Leave A Reply

Your email address will not be published.