ଭୁବନେଶ୍ୱର, ୫/୧୦: ଓଡିଶାର ପର୍ଯ୍ୟଟନକୁ ଦେଶ ବିଦେଶରେ ଆଦୃତ କରିବାକୁ ଆଜିଠାରୁ ଭୁବନେଶ୍ୱରରେ ଆୟେଜିତ ହୋଇଛି ଓଡିଶା ଟ୍ରାଭେଲ ବଜାର । ମେ ଫେୟାର ହୋଟେଲରେ ଆଜିଠାରୁ ତିନିଦିନ ଧରି ଏହି ଟ୍ରାଭେଲ ବଜାର ଅନୁଷ୍ଠିତ ହେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ତିନିଦିନ ଧରି ହେବାକୁ ଥିବା ଓଡିଶା ଟ୍ରାଭେଲ ବଜାରରେ ୨୩ଟି ଦେଶର ୬୦ ଜଣ ଟୁର ଅପରେଟର ଯୋଗଦେବେ । ଏହା ସହ ୧୬ ଜଣ ଦେଶୀୟ ଟୁର ଅପରେଟର ଓ ହୋଟେଲ ଶିଳ୍ପ ସହ ସଂଶ୍ଳିଷ୍ଟ ଥିବା ୫୬ ଜଣ ବ୍ୟକ୍ତିବିଷେଶ ମଧ୍ୟ ଯୋଗଦେବେ ।
ଓଡିଶାରେ ୩୫୭ ଟି ପର୍ଯ୍ୟଟନସ୍ଥଳୀ ବିଷୟରେ ଦେଶ ବିଦେଶର ଟୁର ଅପରେଟରଙ୍କୁ ଅବଗତ କରାଇବା ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶ ବିଦେଶର ଓଡିଶାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି । ଏହା ପୂର୍ବରୁ ଗତକାଲି ଏହି ଟୁର ଅପରେଟରଙ୍କୁ ବିଭିନ୍ନ ଓଡିଶାର ପର୍ଯ୍ୟଟନସ୍ଥଳୀକୁ ବୁଲାଇବା ବ୍ୟବସ୍ଥା କରାଯାଇଥିଲା ।