ଓଡ଼ିଶାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ,୩୧/୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ମୋଦୀ ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ, ବିହାର ଓ ମହାରାଷ୍ଟ୍ରରେ ନିର୍ମାଣାଧିନ ପ୍ରକଳ୍ପ ନିର୍ମାଣର ସମୀକ୍ଷା କରିଛନ୍ତି।

ମୋଦୀଙ୍କ ସମୀକ୍ଷାରେ ରେଳ ଓ ସଡ଼କ କ୍ଷେତ୍ରରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସ୍ଥାନ ପାଇଛି। ଦେଶରେ ଏବେବି ବହୁ ସଂଖ୍ୟାରେ ଲୋକେ କୁଡ଼ିଆ ଘରେ ରହୁଛନ୍ତି। ବର୍ଷ ୨୦୨୨ ସୁଦ୍ଧା ସମସ୍ତ ବାସହୀନଙ୍କୁ ଆବାସ ଯୋଗାଇ ଦେବାକୁ ସେ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତତ୍ପରତାର ସହ କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ମୋଦୀ ଆୟୁଷ୍ମାନ ଯୋଜନାର ମଧ୍ୟ ସମୀକ୍ଷା କରିଛନ୍ତି। ଆୟୁଷ୍ମାନ ଯୋଜନାରେ ଦେଶର ୧୬ ହଜାର ହସ୍ପିଟାଲକୁ ଯୋଡ଼ାଯାଇଛି। ପାଖାପାଖି ୩୫ ଲକ୍ଷ ହିତାଧିକାରୀ ଆୟୁଷ୍ମାନ ଯୋଜନାରୁ ଉପକୃତ ହୋଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ବର୍ଷାଜଳ ସଂରକ୍ଷଣ ଉପରେ ବିଶେଷ ଧ୍ୟାନ ଦେବାକୁ ରାଜ୍ୟମାନଙ୍କୁ ଆହ୍ଵାନ ଦେଇଛନ୍ତି।

Leave A Reply

Your email address will not be published.