ମୁମ୍ବାଇ, ୬/୧୦: ବଲିଉଡ୍ ଅଭିନେତା ଅର୍ଜୁନ୍ କପୁର ଓ ତାଙ୍କ ଭଉଣୀ ଜାହ୍ନବୀ କପୁରଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିିବ । ଏହା କୌଣସି ଫିଲ୍ମ ନୁହେଁ, ସେ ଯୋଡ଼ିବାନ୍ଧି ଆସିବେ ଛୋଟ ପରଦାରେ । ଦୁହିଁଙ୍କୁ ଦେଖିବାକୁ ମିଳିବ କରନ ଜୋହରଙ୍କ ଚାର୍ଟ୍ ଶୋ ‘କଫି ୱିଥ୍ କରନ’ । ଅକେଫାବର ୨୧ରେ ‘କଫି ୱିଥ୍ କରନ’ର ଷଷ୍ଠ ସିିଜନ୍ ଆରମ୍ଭ ହେବାକୁ ଯାଉଛି । ଶୋ’ରେ ଅତିଥି ଭାବେ ଜହ୍ନବୀ କପୁର ତାଙ୍କ ଭାଇ ଅର୍ଜୁନ୍ କପୁରଙ୍କ ସହ ଆସିବେ । ଶୋ’ରେ ଦୁହେଁ ଦୁହିଁଙ୍କ ସିକ୍ରେଟ୍ ଉପରୁ ପରଦା ଉଠାଇବେ ।