କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ, ସଙ୍କଟରେ କୁମାରସ୍ୱାମୀ

0

କର୍ଣ୍ଣାଟକ,୬/୭ : କୁମାରସ୍ୱାମୀ ସରକାରଙ୍କ ପାଇଁ ସଙ୍କଟ ବଢିବାରେ ଲାଗିଛି । ଆଜି କଂଗ୍ରେସ ଏବଂ ଜେଡିଏସର ୧୧ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେମାନେ ବାଚସ୍ପତିଙ୍କ ନିକଟରେ ଇସ୍ତଫା ଦେବା ପାଇଁ ପହଁଚିଥିଲେ । କିନ୍ତୁ ଅଧ୍ୟକ୍ଷ ଅନୁପସ୍ଥିତ ଥିବା କାରଣରୁ ତାଙ୍କର ସଚିବଙ୍କୁ ବିଧାୟକମାନେ ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ବିସି ପାଟିଲ, ନାରାୟଣ ଗୌଡା, ଶିବରାମ ହେବ୍ୱର, ମହେଶ କୁମାଥଲ୍ଲୀ, ଗୋପାଲୈୟା, ରମେଶ ଜରକିହୋଲୀ, ଏବଂ ପ୍ରତାପ ଗୌଡା ସାମିଲ ଅଛନ୍ତି । ବିଧାନସଭା ବାଚସ୍ପତି ରମେଶ କୁମାର ମଧ୍ୟ ୧୧ବିଧାୟକଙ୍କ ଇସ୍ତଫା ପତ୍ର ଗୃହୀତ କରିଛନ୍ତି । ତେବେ କୁମାରସ୍ୱାମୀ ଆମେରିକା ଗସ୍ତ କରିଥିବା ସମୟରେ ତାଙ୍କ ପାଇଁ ଅଡୁଆ ବଢିଛି ।

ତେବେ କର୍ଣ୍ଣାଟକରେ ଜେଡିଏସ-କଂଗ୍ରେସର ରାଜନୀତି ନୂଆ ମୋଡ ନେଲାଣି । ଇସ୍ତଫା ଦେବାକୁ ପହଁଚିଥିବା ୧୧ଜଣ ବିଧାୟକଙ୍କ ମଧ୍ୟରୁ ୪ଜଣଙ୍କ କହିବା ଅନୁଯାୟୀ, ଯଦି ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସେମାନେ ଇସ୍ତଫା ପତ୍ର ଫେରସ୍ତ ନେବେ ।

ଉଲ୍ଲେଖଯୋଗ୍ୟ, ଏଭଳି ସ୍ଥିତିରେ ରାଜ୍ୟରେ ସରକାର ଗଠନ କରିବାକୁ ଆତୁର ହୋଇଥିବା ବିଜେପି ସରକାରଙ୍କ ରାସ୍ତା ସଫା ହୋଇଯିବ । କର୍ଣ୍ଣାଟକରେ ୨୨୪ ବିଧାନସଭା ରହିଛି । ବହୁମତ ପାଇଁ ୧୧୩ଜଣ ବିଧାୟକ ରହିଛନ୍ତି । ବର୍ତମାନ ବିଜେପିରେ ୧୦୫ ଜଣ ବିଧାୟକ ଥିବା ବେଳେ କଂଗ୍ରେସ ନିକଟରେ ୮୦ ଏବଂ ଜେଡିଏସ୍ ନିକଟରେ ୩୭ ବିଧାୟକ ଥିଲେ । ଏହିଭଳି ଭାବରେ କୁମାରସ୍ୱାମୀଙ୍କ ନିକଟରେ ୧୧୭ ବିଧାୟକ ଥିଲେ ।

ତେବେ ଗତ କିଛି ଦିନ ପୂର୍ବେ କଂଗ୍ରେସର ବିଧାୟକ ଇସ୍ତଫା ଦେବା ପରେ ଏବଂ ଜଣେ ବିଧାୟକଙ୍କୁ ନିଷ୍କାଷିତ କରାଯିବା ପରେ କଂଗ୍ରେସରେ ୭୭ଜଣ ବିଧାୟକ ଥିଲେ । ଏହି କ୍ରମରେ କଂଗ୍ରେସ ଏବଂ ଜେଡିଏସର ମହାମେଂଟରେ ସମୁଦାୟ ୧୧୪ ବିଧାୟକ ଥିଲେ । ତେବେ ବିଜେପି ଦାବୀ କରୁଛି କି, କଂଗ୍ରେସର ୬ ଏବଂ ଜେଡିଏସ୍ ର ୨ ବିଧାୟକ ତାଙ୍କୁ ଗୁପ୍ତ ଭାବରେ ସମର୍ଥନ କରୁଛନ୍ତି । ସେମାନେ ଅତିଶୀଘ୍ର ଇସ୍ତଫା ଦେବେ । ତେଣୁ ରାଜ୍ୟରେ ସରକାର ଗଠନ କରିବା ପାଇଁ ବିଜେପି ଚାହିଁ ବସିଛି । ଏଥିପାଇଁ ସେ ଲଗାତର ଦାବୀ ମଧ୍ୟ କରି ଆସୁଥିଲା । ଏହି ମଧ୍ୟରେ କଂଗ୍ରେସ ଏବଂ ଜେଡିଏସର ବିଧାୟକ ଇସ୍ତଫା ଦେଉଥିବା କାରଣରୁ କୁମାରସ୍ୱାମୀଙ୍କ ପାଇଁ ମୁସ୍କିଲ ବଢି ଗଲାଣି । କିନ୍ତୁ ବିଜେପି ଏବେ ସରକାର ଗଠନ କରିବା ସ୍ଥିତିରେ ନାହିଁ ।

Leave A Reply

Your email address will not be published.