ଯାଜପୁର,୨୬/୧୨: ଯାଜପୁର ଜିଲା କଳିଙ୍ଗନଗର ମଇଥାନ ଇସ୍ପାତ ଏସଏମଏସରେ ବୁଧବାର ବିସ୍ଫୋରଣ ଘଟିଛି। ଏଥିରେ ୫ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଶରୀର ୮୦% ପୋଡ଼ି ଯାଇିଛି। ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ଉମାନାଥ ୟାଦବ, ମାନସ ମଲ୍ଲିକ, ସୁନୀଲ ମାଝୀ, ଉମେଶ ରାୟ। ସେମାନେ ଜେଡ଼ି ଠିକାସଂସ୍ଥା ଅଧୀନରେ ଶ୍ରମିକ ଭାବେ କାମ କରୁଥିଲେ। ପୂର୍ବାହ୍ନରେ ହଠାତ୍ ଏସ୍ଏମ୍ଏସ୍ ବିଭାଗର ଲେଡଲ୍ ଗ୍ୟାସରେ ବିସ୍ଫୋରଣ ହୋଇଥିଲା। ଏଥିରେ ସେମାନେ ଆହତ ହୋଇଛନ୍ତି।