କାର୍‌ ଉପରେ ଓଲଟିଲା ପିଆଜ ବୋଝେଇ ଟ୍ରକ

ବାରିପଦା ,୧୨/୧: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷୀ ଘାଟିରେ ଶନିବାର ଏକ କାର୍‌ ଉପରେ ଟ୍ରକ ଓଲଟି ପଡ଼ିଛି। କାର୍‌ ଭିତରେ କେହି ଯାତ୍ରୀ ନ ଥିବା ଜଣାପଡ଼ିଛି। ପୂର୍ବରୁ ଘାଟି ଉପରେ ଖରାପ ହୋଇଥିବା ଏକ ଟ୍ରକ୍‌କୁ ମରାମତି କରିବା ପାଇଁ ଏହି କାର୍‌ରେ ମେକାନିକ୍‌ ଦଳ ଏଠାକୁ ଆସିଥିଲେ। ତେବେ ଘାଟିରୁ ଓହ୍ଲାଉଥିବା ଏହି ପିଆଜ ବୋଝେଇ ଟ୍ରକ ଭାରସାମ୍ୟ ହରାଇ କାର୍‌ ଉପରେ ଓଲଟିପଡ଼ିଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।