କିଟ୍‌ରେ କ୍ରୀଡ଼ା ମେଳା: ରଗ୍‌ବିରେ ଓଡ଼ିଶା ବିଜୟୀ

0

ଭୁବନେଶ୍ୱର,୨୭/୧୨: କିଟ୍‌ରେ ବୁଧବାରଠୁ ଆରମ୍ଭ ହୋଇଛି କ୍ରୀଡ଼ା ମେଳା। ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ଅଧୀନରେ ଜାତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା (ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ତୀରନ୍ଦାଜୀ, ସଫ୍‌ଟ ଟେନିସ୍‌, ଟଗ୍‌ ଅଫ୍‌ ୱାର, ରୋପ୍‌ ସ୍କିପିଂ ଏବଂ ସର୍ବଭାରତୀୟ ଅନ୍ତଃଜୋନ୍‌ କବାଡ଼ି ଆଦି ପ୍ରତିଯୋଗିତାମାନ ଆରମ୍ଭ ହୋଇଯାଇଛି। ପ୍ରଥମ ଥର ଲାଗି ରୋପ୍‌ ସ୍କିପିଂ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ କ୍ୟାଲେଣ୍ଡରରେ ଯୋଡ଼ି ହୋଇଥିଲା ବେଳେ କିଟ୍ ଏହାର ଆୟୋଜନ ସୁଯୋଗ ପାଇଛି। ଫଳରେ ଏହି କ୍ରୀଡ଼ା ମେଳା ପାଇଁ ସାରା ଦେଶରୁ ପ୍ରାୟ ୩୪୦୦ କ୍ରୀଡ଼ାବିତ୍‌ କି୍‌ଟ୍‌ରେ ମେଳି କରିଛନ୍ତି। ପ୍ରତିଯୋଗିତାକୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଅତ୍ୟୁତ ସାମନ୍ତ ଉଦ୍‌ଘାଟନ କରିଥିଲା ବେଳେ ସର୍ବଭାରତୀୟ ବିଶ୍ବବୀଦ୍ୟାଳୟ ସଂଘର ପର୍ଯ୍ୟବେକ୍ଷକ ଡ. ପୀୟୂଷ ଜୈନ୍‌, କିଟ୍‌ର ନିର୍ଦେଶକ ଡ. ଜୟନ୍ତ ପରିଡ଼ା (କ୍ବାଲିଟି ଆସ୍ୟୁରାନ୍‌ସ ସେଲ୍‌), କିଟ୍‌ ବିଶ୍‌ବିଦ୍ୟାଳୟର କ୍ରୀଡ଼ା ନିର୍ଦେଶକ ତଥା ଆୟୋଜନ ସଂପାଦକ ଡ. ଗଗନେନ୍ଦୁ ଦାଶ ଉତ୍ସବରେ ଉପସ୍ଥିତ ଥିଲେ। ବୁଧବାର ପ୍ରଥମ ଦିବସରେ ତୀରନ୍ଦାଜୀରେ କିଟ୍‌ର ସମସ୍ତ ପ୍ରତିଯୋଗୀ ପରବର୍ତୀ ରାଉଣ୍ଡ୍‌କୁ ଉନ୍ନୀତ ହୋଇଥିଲା ବେଳେ ମହିଳା ହକିରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟଠୁ ଏବଂ ପୁରୁଷ କବାଡ଼ି‌ରେ ଉତ୍କଳ ବିଶ୍ବବିଦ୍ୟାଳୟ ମୁମ୍ବାଇ ଏବଂ ଏମ୍‌ଡି ବିଶ୍ବବିଦ୍ୟାଳୟ (ରୋହତକ୍‌)ଠାରୁ ହାରିଯାଇଛି।

କିଟ୍‌ ପରିସରରେ ଆରମ୍ଭ ହୋଇଥିବା ୬୪ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ାର ରଗ୍‌ବିରେ ୧୨ ରାଜ୍ୟ ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିନ ଓଡ଼ିଶା ଦଳ ୧୯-୧୦ ପଏଣ୍ଟ୍‌ରେ ତାମିଲନାଡୁକୁ ପରାସ୍ତ କରିଛି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଶିକ୍ଷା ନିର୍ଦେଶକ ବିଷ୍ଣୁ ପ୍ରସାଦ ଷଡ଼ଙ୍ଗୀ, ଭାରତୀୟ ବିଦ୍ୟାଳୟ କ୍ରୀଡ଼ା ସଂଘର ପର୍ଯ୍ୟବେକ୍ଷକ ଭୁବନେଶ ଚୌଧୁରୀ, ଖୋର୍ଧା ଡିଇଓ ବ୍ରୁନ୍ଦାବନ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

Leave A Reply

Your email address will not be published.