ନୂଆଦିଲ୍ଲୀ, ୧୮/୧୨: ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ନିର୍ବାଚନ ପୁର୍ବରୁ ଦେଇଥିବା କଥା ପାଳନ କରି କୃଷକମାନଙ୍କ ଋଣ ଛାଡ କରିଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଘଟଣାରେ ବେଶ ଉତ୍ସାହିତ ଥିବା ଦେଖାଯାଇଛି । ଏକ ସାମ୍ବାଦିକଙ୍କ ପ୍ରଶ୍ନରେ ରାହୁଲ ଗାନ୍ଧି କହିଥିଲେ ଦେଖିଲେ ଆପଣମାନେ, ଆରମ୍ଭ ହୋଇଗଲା କାମ ।
ରାହୁଲ କହିଛନ୍ତି ,୬ ଘଂଟାରେ ଆମେ ନିର୍ବାଚନ ପୂର୍ବରୁ ଦେଇଥିବା କଥା ରକ୍ଷା କରିଛୁ । ମଧ୍ୟ ପ୍ରଦେଶ ଓ ଛତିଶଗଡ ଭଳି ରାଜସ୍ଥାନରେ ମଧ୍ୟ ବହୁତ ଜଲଦି କୃଷକଙ୍କ ଋଣ ଛାଡ କରାଯିବ । ଏହି ସମୟରେ ସେ ମୋଦୀଙ୍କୁ ମଧ୍ୟ ଆକ୍ଷେପ କରି କହିଥିଲେ କି, ଆମେ ପ୍ରଧାନମନ୍ତ୍ରୀଙ୍କୁ ଶୋଇବାକୁ ଦେବୁ ନାହିଁ, ଯେତବେଳେ ଯାଏ ସେ କୃଷକଙ୍କ ଋଣ ଛାଡ କରିନାହିାଁନ୍ତି । ସବୁ ବିରୋଧି ଦଳ ଏକଜୁଟ ହୋଇ ଏଥିପାଇଁ ଆବେଦନ କରିବୁ । ବର୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କୃଷକଙ୍କ ପାଇଁ ଟଙ୍କାଟିଏ ଋଣ ଛାଡ କରିନାହାଁନ୍ତି ।
ସେ କହଛନ୍ତି କି, ଭାରତରେ ମୁଖ୍ୟ ସମସ୍ୟା ହେଲା ଦାରିଦ୍ରତା, ଛୋଟ ବ୍ୟବସାୟୀ, ଓ ୧୫-୨୦ ବଡ ଉଦ୍ୟଗପତି ମଧ୍ୟରେ ବିବାଦ ରହିଛି । ଦେଶର ଜନତାଙ୍କ ଟଙ୍କାକୁ ନେଇ ଏହି ୧୫-୨୦ ଉଦ୍ୟଗପତିଙ୍କ ପକେଟରେ ଭର୍ତି କରାଯାଉଛି । ଦେଶର ସମସ୍ତ କୃଷକଙ୍କ ଋଣ କଂଗ୍ରେସ ଛାଡ କରାଇବ । ଦେଶର କୃଷକ ଡରନ୍ତୁ ନାହିଁ । କଂଗ୍ରେସ ତାଙ୍କ ସହିତ ଅଛି ।