କେଶ ଓ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଏ ଖଜୁରି

0

ଖଜୁରି ଶିତ ଦିନରେ ଖିଆଯାଉଥିବା ମୁଖ୍ୟ ଖାଦ୍ୟ ପଦାର୍ଥ । ସ୍ୱାଦରେ ଭରା ଖଜୁରି ସ୍ୱାସ୍ଥ୍ୟ ପାଇଁ ହିତକର ସାବ୍ୟସ୍ତ ହୋଇଥାଏ । ଖଜୁରିରେ କପର, ମ୍ୟାଗ୍ନେସିୟମ, ମାଙ୍ଗାନିଜ, ଫଲିକ ଏସିଡ, ସଲଫର, ପ୍ରୋଟିନ ଏବଂ ଭିଟାମିନ ଭଳି ପୋଷକ ତତ୍ୱ ରହିଥାଏ । ଏହା ସହିତ ଖଜୁରିରେ ଫାଇବରର ମାତ୍ରା ଅଧିକ ରହିଥାଏ, ଯାହା କେଶ ଏବଂ ତ୍ୱଚାର ସୁନ୍ଦରତା ବଢାଇବାରେ ସାହାଯ୍ୟ କରିଥାଏ । ତେବେ ଆସ;ୁ ଜାଣିବା ଏହା କେଶ ଏବଂ ତ୍ୱଚା ପାଇଁ କିପରି ଲାଭଦାୟକ ହୋଇଥାଏ ।
କେଶକୁ ମଜବୁତ କରିଥାଏ- ଖଜୁରିରେ ଉପସ୍ଥିତ ଆଣ୍ଟିଅକ୍ସିଡେଣ୍ଟ ଗୁଣ ହେୟାର ଫଲିକଲ୍ସକୁ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ଏହା ସହିତ କେଶକୁ ସୁସ୍ଥ ଏବଂ ମଜବୁତ କରିବାରେ ସାହାଯ୍ୟ କରିଥାଏ । ତେଣୁ ଖଜୁରିର ସେବନ କେଶ ପାଇଁ ଲାଭଦାୟକ ହୋଇଥାଏ ।
କେଶକୁ ଲମ୍ବା ଏବଂ ଘନ ବନାଏ- ଖଜୁରିର ତେଲ ଲଗାଇବା ଦ୍ୱାରା ସ୍କଲ¬ରେ ରକ୍ତ ସଂଚାର ବଢିଥାଏ ଏବଂ କେଶକୁ ପୋଷଣ ମିଳିଥାଏ । ଖଜୁରି ତେଲ ଲଗାଇବା ଦ୍ୱାରା କେଶ ଲମ୍ବା, ମଜବୁତ ଏବଂ ସୁନ୍ଦର ହୋଇଥାଏ ।
ତ୍ୱଚାକୁ ସୁନ୍ଦର ବନାଏ- ଖଜୁରିରେ ଉପସ୍ଥିତ ଆଣ୍ଟି-ଅକ୍ସିଡେଣ୍ଟସ୍‌ ତ୍ୱଚାର ସୁନ୍ଦରତା ବଢାଏ ଏବଂ ଏହା ସହିତ ଚେହେରାରେ ଦେଖାଦେଉଥିବା ଦାଗକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.