ନୂଆଦିଲ୍ଲୀ,୭/୧୨: ପାଞ୍ଚଟି ରାଜ୍ୟ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ଶେଷ ହେବା ମାତ୍ରେ ଏଗଜିଟ୍ ପୋଲରେ ଫଳାଫଳକୁ ନେଇ ପୂର୍ବାନୁମାନ ଜାରି ରହିଛି। ମଧ୍ୟ ପ୍ରଦେଶ, ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେଉଥିବା ବେଳେ ରାଜସ୍ଥାନରେ କଂଗ୍ରେସକୁ ବହୁମତ ମିଳୁଥିବା ଜଣା ପଡ଼ିଛି। ସେହି ପରି ତେଲଙ୍ଗାନାରେ ଅନେକ ଏଜେନ୍ସି ପକ୍ଷରୁ ସର୍ଭେ କରାଯାଇଛି। ଅଧିକାଂଶ ସର୍ଭେରେ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)କୁ ବହୁମତ ମିଳିବା ସମ୍ଭାବନା ଦେଖାଯାଇଛି।