କୋଇଲା ଖଣିରେ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ,୨୪/୭: ତାଳଚେର କୋଲ ଫିଲ୍ଡର ଭରତପୁର ଓସିପିରେ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏ ସମ୍ପର୍କରେ ଟ୍ୱିଟ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଭରତପୁର ଓସିପିରେ ଦୁର୍ଘଟଣାରେ ଜୀବନ ହାନୀ ହୋଇଥିବା ନେଇ ସେ ଦୁଃଖିତ । ସେ କୋଇଲା ମନ୍ତ୍ରଣାଳୟ ସହିତ ନିରନ୍ତର ସମ୍ପର୍କରେ ଅଛନ୍ତି । ଦୁର୍ଘଟଣା ପରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଚାଲିଛି ଓ ସମସ୍ତ ସମ୍ଭାବିତ ସାହାଯ୍ୟ ଯୋଗାଇ ଦିଆ ଯାଉଥିବା ଶ୍ରୀ ପ୍ରଧାନ ଏଥିରେ କହିଛନ୍ତି ।

Leave A Reply

Your email address will not be published.