ଦୁରାରୋଗ୍ୟ ଓ ଭୟଙ୍କର ରୋଗମାନଙ୍କ ଭିତରୁ କ୍ୟାନସର ହେଉଛି ଅନ୍ୟତମ । ତେବେ ଏପରି ରୋଗରୁ ଆରୋଗ୍ୟ ହେବାର କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ବର୍ତ୍ତମାନ କରାଯାଇଥିବା ଏକ ଗବେଷଣା ମୁତାବିକ ନିୟମିତ କେତେକ ପନିପରିବା ଖାଇଲେ ଏହି ରୋଗକୁ ଦୂର କରାଯାଇପାରିବ । ଏହା କ୍ୟାନ୍ସରରେ ଲଢିବା ପାଇଁ ପ୍ରତିଷେଧକ ଟିକା ସାଜିବ ।
ବିଲାତି ବାଇଗଣ
ଗବେଷକଙ୍କ ମତରେ ନିୟମିତ ବିଲାତି ବାଇଗଣ ଖାଉଥିବା ଲୋକଙ୍କୁ ପ୍ରୋଷ୍ଟେଟ୍ କ୍ୟାନ୍ସର ହେବାର ଭୟ କମିଯାଇଥାଏ । ବିଲାତୀ ବାଇଗଣରେ ଥିବା ଲାଲ୍ ରସାଳ ଅର୍କ ମଣିଷ ଶରୀରରେ ଡିଏନ୍ଏ କୋଷିକା କ୍ଷୟକୁ ବନ୍ଦକରି ଦେଇଥାଏ । ଏହି କୋଷିକା କୌଣସି କାରଣରୁ କ୍ଷତିଗ୍ରସ୍ତ ହେଲେ କର୍କଟ ରୋଗ ହେବାର ପଥ ସୁଗମ ହୋଇଥାଏ । ବିଲାତି ବାଇଗଣରେ ଥିବା ଲାଇକୋପିନ୍ ନାମକ ଆଣ୍ଟି ଅକ୍ସିଡାଣ୍ଟ୍ ଶରୀରରେ କର୍କଟ ରୋଗ ବ୍ୟାପିବାର ବେଗକୁ କମାଇ ଦିଏ ।
ରସୁଣ- ନିୟମିତ ରସୁଣ ଖାଉଥିବା ଲୋକଙ୍କୁ କ୍ୟାନ୍ସର ହେବାର ଆଶଙ୍କା ଖୁବ୍ କମ୍ ଥାଏ । ଏହା ତୀବ୍ର ଗନ୍ଧ କରୁଥିବାରୁ, ଏହା ଶରୀରରେ କ୍ୟାନ୍ସର କରାଉଥିବା ଅପକାରୀ ପଦାର୍ଥ ସବୁକୁ ସଫା କରିଦିଏ । ଅତି କମ୍ରେ ଜଣେ ଦୈନିକ କୋଲାଏ ରସୁଣ ଖାଇଲେ ମଧ୍ୟ ଖୁବ୍ ଉପକାର ପାଇପାରିବେ ।
ଅଙ୍ଗୁର- ଅଙ୍ଗୁରରେ ରିସେ¶ରାଟ୍ରୋଲ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ । ଏହା ଶରୀରରୁ ସର୍ବଦା କ୍ୟାନ୍ସର କୋଷିକାର ପରିମାଣ କମାଇ ରଖେ । ଏହି ଆଣ୍ଟିଅକ୍ସିଡାଣ୍ଟ ଶରୀରରେ କ୍ୟାନସର ହେବା ଓ ବ୍ୟାପିବା-ଉଭୟକୁ ଦମନ କରିଥାଏ ବୋଲି ବିଶେଷଜ୍ଞମାନେ ପରୀକ୍ଷା କରି ଦେଖିଛନ୍ତି ।
ବିନ୍ସ- ପ୍ରାୟ ସବୁ ଜାତିର ବିନ୍ସ ବିଶେଷ କରି ରାଜମାରେ କ୍ୟାନ୍ସର ପ୍ରତିରୋଧକ ଆଣ୍ଟିଅକ୍ସିଡାଣ୍ଟ୍ ଭରପୂର ହୋଇ ରହିଥାଏ ଛ ତେଣୁ ବର୍ଷର ଅଧିକାଂଶ ସମୟ ଭୋଜନରେ ବିନ୍ସ ଜାତୀୟ ପରିବା କିମ୍ବା ଏହାର ମଞ୍ଜି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତ ଛ କର୍କଟ ରୋଗ ହୋଇଥିବା ରୋଗୀଙ୍କୁ ମଧ୍ୟ ଡାକ୍ତରମାନେ ବିନ୍ସ ଖାଇବାକୁ ଉପଦେଶ ଦେଇଥାଆନ୍ତି ।
କୋଳି- ଷ୍ଟ୍ରବେରି, ବ୍ଲାକେ୍ୱରି ଏବଂ ଅନ୍ୟାନ୍ୟ ଲୁଚୁପୁଚୁ ହେଉଥିବା ଲାଲ୍ ଓ କଳାରଙ୍ଗର କୋଳିମାନଙ୍କରେ ପେଟ୍ରୋଷ୍ଟିଲ୍ୱିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ । ଏହି ଆଣ୍ଟିଅକ୍ସିଡାଣ୍ଟଟିଗୁଡ଼ିକ କ୍ୟାନ୍ସର ବିରୋଧି ମଧ୍ୟ ।
