ଭୁବନେଶ୍ୱର, ୬/୧୨ : ଆଜି ରାଜ୍ୟ କଂଗ୍ରେସ ଇସ୍ତହାର କମିଟିର ସଦସ୍ୟ ମାନଙ୍କ ନାମ ଜାରୀ କରାଯାଇଛି । ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଜାରୀ ବିଜ୍ଞପ୍ତିରେ ଗଣେଶ୍ୱର ବେହେରାଙ୍କୁ ଇସ୍ତହାର କମିଟିର ନୂଆ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପୂର୍ବରୁ ଏହି କମିଟିର ଅଧ୍ୟକ୍ଷ ଥିଲେ । ତେବେ ନୂତନ ଇସ୍ତହାର କମିଟିର ଅନ୍ୟ ସଦସ୍ୟ ମାନେ ହେଲେ ଲିଆକତ ଅଲ୍ଲୀ, ସତ୍ୟପ୍ରକାଶ ନାୟକ, ବିସ୍ମୟ ମହାପାତ୍ର, ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସଦା, ମେରି ସୁରିନ ଓ ନଟବର ଖୁଣ୍ଟିଆ ।