ଘରେ ଘଣ୍ଟା ଲଗାଉଛନ୍ତି କି ? ଏହି ସବୁ ଦିଗ ପ୍ରତି ଧ୍ୟାନ ରଖନ୍ତୁ

0

ଘଣ୍ଟା ଆମକୁ ସର୍ବଦା ସମୟର ଜ୍ଞାନ ଏବଂ ମହତ୍ୱ ଦର୍ଶାଇଥାଏ । ଘରେ ଘଣ୍ଟା ଲଗାଇବା ସମୟରେ ଆମେ ତାହାର ଦିଗ ପ୍ରତି ଧ୍ୟାନ ଦେଇ ନଥାଉ, କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହାର ପ୍ରଭାବ ସିଧାସଳଖ ଆମ ଜୀବନ ଉପରେ ପଡିଥାଏ । ତେଣୁ ଘରେ ଘଣ୍ଟା ଲଗାଇବା ସମୟରେ ଆମକୁ ତାହାର ସଠିକ୍‌ ଦିଗ ପ୍ରତି ଧ୍ୟାନ ରଖିବା ଉଚିତ । ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ଘଣ୍ଟା ଲଗାଇବା ଶୁଭ ହୋଇଥାଏ ।
– ଯଦି ଆପଣ ଦକ୍ଷିଣ ଦିଗରେ ଘଣ୍ଟା ଲଗାଉଥାନ୍ତି ତ ସତର୍କ ହୋଇଯାଆନ୍ତୁ, ଏହା ଆପଣଙ୍କୁ ଦୁର୍ବଳ କରିପାରେ । ଆପଣଙ୍କ ମନ ସର୍ବଦା ଅଶାନ୍ତ ରହିଥାଏ ଏବଂ ମନରେ ଦୁଶ୍ଚିନ୍ତା ଘର କରିନିଏ । ଏହା ବ୍ୟତିତ ବିଭିନ୍ନ ପାରିବାରିକ ସମସ୍ୟା ମଧ୍ୟ ଉପୁଜିବାର ସମ୍ଭାବନା ରହିଥାଏ ଏବଂ ଆପଣଙ୍କର କୌଣସି କାର୍ଯ୍ୟ ସଫଳ ହୁଏ ନାହିଁ ।
– ଘଣ୍ଟାକୁ ପୂର୍ବ ଦିଗରେ ଲଗାଇବା ସୁଭ ମନା ଯାଇଥାଏ । ଏହା ଦ୍ୱାରା ଆପଣଙ୍କ ମଙ୍ଗଳ ଏବଂ ଶନି ଶକ୍ତିଶାଳୀ ହୋଇଥାନ୍ତି । ଫଳରେ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ ଏବଂ ଜୀବନରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏହା ବ୍ୟତିତ ଘରର ବାତାବରଣ ଶୁଦ୍ଧ ରହିଥାଏ ।
– ଘରର ଉତ୍ତର ଦିଗରେ ମଧ୍ୟ ଆପଣ ଘଣ୍ଟା ଲଗାଇ ପାରିବେ । ଏହା ଦ୍ୱାରା ଆପଣଙ୍କ ସୂର୍ଯ୍ୟ, ରାହୁ ଏବଂ ଶନି ଶକ୍ତିଶାଳୀ ହୋଇଥାନ୍ତି । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ । ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ ।
– ଟିଭି ଉପରେ ଘଣ୍ଟା ଲଗାଇବା ଉଚିତ ହୋଇନଥାଏ ଛ ଏହା ଦ୍ୱାରା ଆପଣ ଅଳସୁଆମିର ଶିକାର ହୋଇଥାନ୍ତି ଏବଂ କୋଣସି କାର୍ଯ୍ୟରେ ଆପଣଙ୍କ ମନ ଲାଗି ନଥାଏ ।

Leave A Reply

Your email address will not be published.