ଚିକେନ ୬୫

0

ସାମଗ୍ରୀ- ଚିକେନ-୨୫୦ ଗ୍ରାମ, ରସୁଣ ପେଷ୍ଟ- ୨ ଟେବୁଲ ଚାମଚ, ଲଙ୍କା ଗୁଣ୍ଡ- ୧ ଚାମଚ, ଗୋଲମରିଚ ଗୁଣ୍ଡ- ୧ ଚାମଚ, ହଳଦୀ ଗୁଣ୍ଡ- ୧/୨ ଚାମଚ, ଲେମ୍ବୁ ରସ- ୨ ଚାମଚ, ଲୁଣ- ସ୍‌ୱାଦ ଅନୁସାରେ, କର୍ଣ୍ଣଫ୍ଲୋର କିମ୍ବା ବେସନ- ୧ ଟେବୁଲ ଚମଚ, ଦହି- ୧/୪ କପ୍‌, ଚିନି- ୧ ଚାମଚ, ଭିନେଗାର- ୨ ଚାମଚ, ତେଲ- ୧ କପ, ଭୁର୍ସୁଙ୍ଗ ପତ୍ର- ୮-୧୦ ଟ ।
ପ୍ରଣାଳୀ- ଚିକେନ ୬୫ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଲାଲ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ରସୁଣ, ଲେମ୍ବୁ ରସ ଓ ଲୁଣ ସହ କଟା ଚିକେନକୁ ପକାଇ, ଏହାକୁ ଗୋଳାଇ ଅତି କମରେ ଘଣ୍ଟାଏ ରଖନ୍ତୁ । ଗୋଟିଏ ଛୋଟ ପାତ୍ରରେ ଦହି, ଲାଲ ଲଙ୍କା ଗୁଣ୍ଡ, ରସୁଣ , ଭିନେଗାର, ଚିନି, କର୍ଣ୍ଣଫ୍ଲୋର କିମ୍ବା ବେସନ ଦେଇ ଭଲ ଭାବରେ ପେଷ୍ଟ କରନ୍ତୁ । ପ୍ୟାନରେ ତେଲ ଗରମ କର;ୁ, ଗୋଳା ହୋଇଥିବା ଚିକେନକୁ ଦହି ପେଷ୍ଟ ସହ ପକାଇ ଚିକେନ କୁରା କୁରା ହେବା ଯାଏଁ ରାନ୍ଧନ୍ତୁ। ଚିକେନକୁ ବାହାର କରନ୍ତୁ । ପ୍ୟାନରେ ଆଉ ଟିକେ ତେଲ ଦେଇ ସେଥିରେ ଭୃଷଙ୍ଗ ପତ୍ର ପକାନ୍ତୁ । ଭୃଷଙ୍ଗପତ୍ର ଟିକେ ମଉଳି ଗଲା ପରେ ଚିକେନକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ । ଏବେ ଗରମ ଗରମ ପ୍ଲେଟରେ ବାହାର କରି ପରସନ୍ତୁ ।

Leave A Reply

Your email address will not be published.