ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା : ସଫ୍ଟ ଟେନିସ୍‌ ଉଦ୍‌ଯାପିତ

ଭୁବନେଶ୍ୱର,୨୮/୧୨ : କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସଫ୍ଟ ଟେନିସ (ପୁରୁଷ/ମହିଳା) ଚାମ୍ପିୟନଶିପ୍‌ ୨୦୧୮-୧୯ ଉଦ୍‌ଯାପିତ ହୋଇଯାଇଛି। ପୁରୁଷ ବିଭାଗରେ ପଞ୍ଜାବ ବିଶ୍ୱବିଦ୍ୟାଳୟ (ଚଣ୍ଡିଗଡ଼) ପ୍ରଥମ, ପଞ୍ଜାବୀ ବିଶ୍ୱବିଦ୍ୟାଳୟ (ପଟିଆଲା) ଦ୍ୱିତୀୟ ଏବଂ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛି। ସେହିପରି ମହିଳା ବିଭାଗରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ପ୍ରଥମ, ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଏବଂ ପିଟି ରବିଶଙ୍କର ବିଶ୍ୱବିଦ୍ୟାଳୟ ତୃତୀୟ ହୋଇଛନ୍ତି।