ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୪/୬: ବୈଦେଶିକ ସଚିବରୁ ବୈଦେଶିକ ମନ୍ତ୍ରୀ ହୋଇଥିବା ସୁବ୍ରମଣ୍ୟମ ଜୟଶଙ୍କର ସୋମବାର ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହୋଇଛନ୍ତି। ଜୟଶଙ୍କର ସଂସଦ ଭବନରେ ଅନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହେବା କେବଳ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ରହିଥିଲା। ମୋଦୀ ସରକାର ପୂର୍ବରୁ ତାଙ୍କୁ ବୈଦେଶିକ ମନ୍ତ୍ରାଳୟର ଦାୟିତ୍ୱ ଦେଇସାରିଛନ୍ତି। ଏହି ଦାୟିତ୍ୱ ମିଳିବା ପରେ ତାଙ୍କର ଭାଜପାରେ ସାମିଲ ହେବା ଏକ ପ୍ରକାର ନିର୍ଦ୍ଧିଷ୍ଟ ହୋଇ ସାରିଥିଲା। ଏହା ପୂର୍ବରୁ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ସୁଷମା ସ୍ବରାଜଙ୍କ ପାଖରେ ବିଦେଶ ମନ୍ତ୍ରାଳୟର ଦାୟିତ୍ୱ ରହିଥିଲା। ସେହି ସମୟରେ ବୈଦେଶିକ ସଚିବର ଦାୟିତ୍ୱ ତୁଲାଇଥିଲେ ଏସ୍‌ ଜୟଶଙ୍କର। ଚଳିତଥର ସୁଷମା ସ୍ବରାଜ ଲୋକ ସଭା ନିର୍ବାଚନ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ।

SBI AD