ନୂଆଦିଲ୍ଲୀ, ୫/୧୦ : କଙ୍ଗୋର ଡାକ୍ତର ଡେନିସ ମୁକେଓ୍ଜ ଓ ଇରାକର ସାମାଜିକକର୍ମୀ ନାଦିଆ ମୁରାଦ ଏ ବର୍ଷର ବିଶ୍ୱର ସବୁଠୁ ମର୍ଯ୍ୟାଦାଜନକ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୨୦୧୪ରେ ନାଦିଆ ମୁରାଦଙ୍କ ସମେତ ଆଉ କେତେକ ୟେଜିଦି ଯୁବତୀଙ୍କୁ ଆଇଏସଆଇଏସ ଆତଙ୍କବାଦୀମାନେ ଅପହରଣ କରି ନେଇ ଦୁଷ୍କର୍ମ କରିବା ପରେ ଯୌନଦାସୀ କରି ରଖିଥିଲେ । ଆତଙ୍କବାଦୀଙ୍କ କବଳରୁ ମୁକୁଳିବା ପରେ ସେ ଦୁଷ୍କର୍ମ ପୀଡିତାମାନଙ୍କ ଉନ୍ନତି ପାଇଁ କାମ କରିଆସୁଛନ୍ତି । ପୁରସ୍କାର ବାବଦରେ ମିଳିବାକୁ ଥିବା ୯ ନିୟୁତ ସ୍ୱିସ କ୍ରୋନର ( ପ୍ରାୟ ୧.୦୧ ନିୟୁତ ଡଲାର) ଏହି ଦୁଇଜଣଙ୍କ ମଧ୍ୟରେ ବାଣ୍ଟିଦିଆଯିବ । ପ୍ରସିଦ୍ଧ ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ ।