ଢେଙ୍କାନାଳ ଚାଷୀ ମହା ସମାବେଶରେ ନବୀନଙ୍କ ଘୋଷଣା : ଉତ୍କଳ ଦିବସରେ ଚାଷୀ ମାନଙ୍କୁ ମିଳିବ ୨ୟ ପର୍ଯ୍ୟାୟ ଟଙ୍କା

0

ଢେଙ୍କାନାଳ,୨୪/୨: ଆଗାମୀ ଏପ୍ରିଲ ୧ରେ ୨ୟ ପର୍ଯ୍ୟାୟରେ ରାଜ୍ୟର ଚାଷୀମାନଙ୍କୁ ‘କାଳିଆ’ ଟଙ୍କା ମିଳିବ। ଢେଙ୍କାନାଳରେ କାଳିଆ ଚାଷୀ ମହା ସମାବେଶରେ ରବିବାର ନବୀନ ଏହା ଘୋଷଣା କରିଛନ୍ତି। ନବୀନ କହିଛନ୍ତି, ଚାଷୀମାନଙ୍କୁ ଉତ୍କଳ ଦିବସ ଅବସରରେ ଚାଷୀମାନଙ୍କୁ ଟଙ୍କା ମିଳିବ।

ବିଶାଳ ଚାଷୀ ସମାବେଶରେ ନବୀନ କହିଛନ୍ତି, ମୁଁ ଆଜି ଢେଙ୍କାନାଳ ଚାଷୀ ମହା ସମାବେଶରେ ୯୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରି ଖୁସି ଅନୁଭବ କରୁଛି। ସେ ଉପସ୍ଥିତ ଚାଷୀମାନଙ୍କୁ ଆପଣମାନେ ଖୁସି ତ ବୋଲି ପଚାରିଛନ୍ତି। ‘କାଳିଆ’ ଯୋଜନା ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ। ଏହା ଚାଷୀଙ୍କ ଉନ୍ନତି ପାଇଁ ଏକ ମହାନ ଯୋଜନା। କାଳିଆ ଯୋଜନା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି। କ୍ଷୁଦ୍ରଚାଷୀ, ଭାଗଚାଷୀ ଓ ଭୂମିହୀନ ଚାଷୀ ଯୋଜନାରେ ଯେପରି ବାଦ୍‌ ନପଡନ୍ତି, ସେଥିପାଇଁ ଦୃଷ୍ଟି ଦେଉଛି। ଏ ଯୋଜନାରେ ଯୋଗ୍ୟ ଚାଷୀ ଯେପରି ବାଦ୍‌ ନ ପଡ଼ନ୍ତି, ସେଥିପାଇଁ ନଜର ରଖାଯାଇଛି।

ରାଜ୍ୟ ସରକାର ‘କାଳିଆ’ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି। ନବୀନ କହିଛନ୍ତି, ପିଏମ୍‌-କିଷାନ ଯୋଜନାରେ ୬୦୦୦ ଟଙ୍କା ନୁହେଁ ଚାଷୀଙ୍କୁ ୧୦୦୦୦ ଟଙ୍କା ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛି। ଚାଷୀର ହକ୍‌ ସେମାନଙ୍କୁ ମିଳୁ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। ଚାଷୀ, ମହିଳା ସଶକ୍ତ ହେଲେ ରାଜ୍ୟର ଉନ୍ନତି ହେବ ବୋଲି ନବୀନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ଢେଙ୍କାନାଳରେ କାଳିଆ ଚାଷୀ ସମାବେଶରେ ଯୋଗ ଦେବା ସହିତ ହିନ୍ଦୋଳ ସାତମାଇଲି ବହୁବର ପଡ଼ିଆ ସମାବେଶରେ ଯୋଗ ଦେଇ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।

Leave A Reply

Your email address will not be published.