ଦହି ଇଲିଶି

ସାମଗ୍ରୀ- ଇଲିଶି ମାଛ- ୨ ପିସ, ବସା ଦହି- ୨ ଚାମଚ, ଲୁଣ- ସ୍ୱାଦ ଅନୁସାରେ, ହଳଦୀ ଗୁଣ୍ଡ- ୧ ଚା’ ଚାମଚ, ଲଙ୍କା ଗୁଣ୍ଡ- ୧/୨ ଛୋଟ ଚାମଚ, ଚିନି- ୧ ଛୋଟ ଚାମଚ, ପାଣି-୧.୫ କପ, ସୋରିଷ- ୩ ଛୋଟ ଚାମଚ, କଞ୍ଚା ଲଙ୍କା- ୨ ଟି, ସୋରିଷ ତେଲ- ୧ ଟେବୁଲ ଚାମଚ, ଧନିଆ ପତ୍ର – କିଛି(କଟା) ।
ପ୍ରଣାଳୀ- ପ୍ରଥମେ ୨ ଛୋଟ ଚାମଚ ସୋରିଷ ଆଉ କଞ୍ଚା ଲଙ୍କା ବାଟି ପେଷ୍ଟ ପ୍ରସ୍ତୁତ କର;ୁ । ଇଲିଶି ମାଛ ଖଣ୍ଡକୁ ଭଲକି ଧୋଇ ରଖ;ୁ । ଅନ୍ୟ ଏକ ପାତ୍ରରେ ବସା ଦହି ୨ ଚାମଚ, ଲୁଣ, ଲଙ୍କା ଗୁଣ୍ଡ ୧/୨ ଚାମଚ, ଚିନି ୧ ଚାମଚ, ହଳଦୀ ଗୁଣ୍ଡ ୧ ଚାମଚ ନେଇ ସେଥିରେ ୧.୫ କପ ପାଣି ଦେଇ ଭଲକି ଗୋଳାଇ ଦିଅ;ୁ । ଏବେ ଧୁଆ ହୋଇଥିବା ଇଲିଶି ମାଛକୁ ସେଥିରେ ମିଶାଇ ୪-୫ ମିନିଟ ରଖି ଦିଅ;ୁ । ଗ୍ୟାସ ଅନ କରି ପ୍ୟାନ ବସା;ୁ । ପ୍ୟାନ ଟିକେ ଗରମ ହୋଇଗଲେ ୨ ଚାମଚ ସୋରିଷ ତେଲ ପକା;ୁ । ତେଲ ଗରମ ହୋଇ ଆସିଲେ ଗ୍ୟାସ ଆଞ୍ଚ କମ କରି ବଳକା ଥିବା ସୋରିଷ ପକାଇ ଫୁଟା;ୁ । ଏବେ ମାଛ ଖଣ୍ଡକୁ ଧୀରେ କରି ପ୍ୟାନରେ ରଖ;ୁ ଓ ପାତ୍ରରେ ରହିଯାଇଥିବା ମସଲା ପାଣିକୁ ମାଛ ଉପରେ ଢାଳି ଦିଅ;ୁ । ସେଇ ଧୀମା ଆଞ୍ଚରେ ମାଛ ସିଝିବା ଯାଏଁ ରଖ;ୁ । ମାଛ ହୋଇଗଲେ ପ୍ଲେଟରେ ବାହାର କରି ଧନିଆ ପତ୍ରରେ ସଜାଇ ପରସ;ୁ ।