ଉତ୍ତରାଖଣ୍ଡର ଦୁନXାଟିସ୍ଥିତ ଜଖୋଲ୍ ଗ୍ରାମରେ ଦୁର୍ଯେ୍ୟାଧନ ନାମକ ମନ୍ଦିର ଅବସ୍ଥିତ । ଏହି ମନ୍ଦିରଟି ଗ୍ରାମବାସୀଙ୍କ ପାଇଁ ଆସ୍ଥା କେନ୍ଦ୍ର ପାଲଟିଛି । ଏହି କ୍ଷେତ୍ରର ଲୋକମାନେ ପାଣ୍ଡବଙ୍କୁ ଘୃଣା କରିବା ସହ ନାମ ଜପିବା ପାପ ବୋଲି ବିଶ୍ୱାସ କରିଥାନ୍ତି । ମହାଭାରତ ଯୁଦ୍ଧରେ ଲକ୍ଷ ଲକ୍ଷ ବୀରସେନା ମୃତୁ୍ୟ ବରଣ କରି ଅମର ହୋଇ ରହିଛନ୍ତି । ଦୁର୍ଯୋଧନଙ୍କୁ ମାନଗୋବିନ୍ଦ ବୋଲି କୁହାଯାଏ । ଅହଂଭାବ, ଲୋଭ ଓ ଜିଦ୍ଖୋର୍ ଇତ୍ୟାଦି ଯୋଗୁଁ ଦୁର୍ଯେ୍ୟାଧନ ମହାଭାରତ ଯୁଦ୍ଧର ନିଆଁରେ ଅନେକ ଲୋକଙ୍କୁ ଠେଲିଦେଇଥିଲା । ଏଥିପାଇଁ ଦୁର୍ଯେ୍ୟାଧନକୁ ମହାଭାରତର ଖଳନାୟକ ବୋଲି କୁହାଯାଇଛି । ଯୁଦ୍ଧ ସମୟରେ ଦୁର୍ଯେ୍ୟାଧନ କାମ ପୀଡିତ ହୋଇ ଅନେକ କୁକାର୍ଯ୍ୟ ତଥା କୁଆଁରୀ କନ୍ୟାମାନଙ୍କୁ ଅପହରଣ କରୁଥିଲା ବୋଲି ଦୁର୍ଯେ୍ୟାଧନ ମନ୍ଦିରର ପଣ୍ଡିତ ପ୍ରକାଶ କରିଛନ୍ତି । ମହାଭାରତ ଯୁଦ୍ଧର ଅନ୍ତିମ ସମୟରେ ଉଲଗ୍ନ ଅବସ୍ଥାରେ ଦୁର୍ଯେ୍ୟାଧନ ନିଜ ପ୍ରାଣ ରକ୍ଷା ଲାଗି ମାତାଙ୍କ ନିକଟକୁ ଯାଇଥିଲେ ଏପରି ଦୁରାଚାରୀ ବ୍ୟକ୍ତିକୁ ଜଖୋଲ ଗ୍ରାମବାସୀ ପୂଜା କରିବା ପାଇଁ ଦୁର୍ଯେ୍ୟାଧନ ମନ୍ଦିରକୁ ଯାଇଥାନ୍ତି । ଏବେ ଏହା ଗ୍ରାମବାସୀଙ୍କ ଆସ୍ଥା କେନ୍ଦ୍ର ହୋଇରହିଛି । ଗ୍ରାମବାସୀ ପାଣ୍ଡବଙ୍କ ନାମ ଜପିବା ପରିବର୍ତ୍ତେ ଦୁର୍ଯେ୍ୟାଧନଙ୍କ ନାମ ଜପ କରୁଛନ୍ତି ବୋଲି ମନ୍ଦିରର ପଣ୍ଡିତ କହିଛନ୍ତି ।