ଦେଶର ବହୁ ରାଜ୍ୟକୁ ପଛରେ ପକାଇ ଦକ୍ଷତା ବିକାଶରେ ଓଡ଼ିଶା ୧ନମ୍ବର

0

ଭୁବନେଶ୍ୱର,୨୨ା୭: ଦେଶର ବହୁ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଶୀର୍ଷ ସ୍ଥାନ ଗ୍ରହଣ କରିଛି। ଗୁଜରାଟ, ଆନ୍ଧ୍ରପ୍ରଦେଶ, କର୍ନାଟକ ପରି ବିକଶିତ ରାଜ୍ୟମାନଙ୍କୁ ପଛରେ ପକାଇ ଓଡ଼ିଶା ଏହି ସ୍ଥାନକୁ ହାସଲ କରିବାରେ ସଫଳ ହୋଇପାରିଛି ବୋଲି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ସୋମବାର ଆୟୋଜିତ ଦକ୍ଷତା ବିକାଶ କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ସାହୁ କହିଥିଲେ, ଦେଖିବାକୁ ଗଲେ ଓଡ଼ିଆମାନଙ୍କ ମଧ୍ୟରେ ଦକ୍ଷତା ବହୁତ ପୁରୁଣା ଦିନରୁ ରହି ଆସିଛି। ସେ ହଜାର ବର୍ଷ ପୁରୁଣା କୋଣାର୍କ ମନ୍ଦିର ଧରିନିଅ। ସେତେବେଳେ ତ କୌଣସି ଦକ୍ଷତା ବିକାଶ ତାଲିମ୍‌ ଦିଆଯାଉ ନ ଥିଲା। କିନ୍ତୁ ସେମାନଙ୍କ ନିପୁଣତା ତାଙ୍କ କାର୍ଯ୍ୟଶୈଳୀରେ ପରିଦର୍ଶିତ ହେଉଛି। ଏବେ ଆମେମାନେ କେବଳ ଦକ୍ଷତାକୁ ଏକ ନୂଆ ଢାଞ୍ଚା ଦେଉଛନ୍ତି, ତା’ ଛଡ଼ା ଆଉ କିଛି ନୁହେଁ।

SBI AD
Leave A Reply

Your email address will not be published.