ଆଜିର ଏହି ଆଧୁନିକ ଯୁଗରେ କିଛି ଦେଶ ଏପରି ଅଛି ଯେଉଁଠି ମହିଳାମାନଙ୍କ ସହ ପଶୁ ଭଳି ବ୍ୟବହାର କରାଯାଏ । ଆଇନ୍ ଥାଇ ବି ଏହି ଦେଶରେ ମହିଳାମାନଙ୍କୁ ଅମାନବିକତର ଶିକାର ହେବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବେ ଏହିପରି ଏକ ଦେଶ ନାଇଜେରିଆ ସଂପର୍କରେ । ଏହି ଦେଶରେ ମହିଳାମାନଙ୍କ ସହ ହୃଦୟଥରା ବ୍ୟବହାର କରାଯାଏ । ଏଠାରେ ଯୁବା ବୟସୀ ଝିଅମାନଙ୍କୁ ଜୋର ଜବରଦସ୍ତ ଗର୍ଭବତୀ କରାଯାଏ । ତେବେ ସେମାନଙ୍କ ବୟସ ୧୩ରୁ ୧୮ ବର୍ଷ ବୟସ ମଧ୍ୟରେ ରହିଥାଏ । ଏଠାରେ କମ୍ ବୟସ ଝିଅମାନଙ୍କୁ ଏପରି ବ୍ୟକ୍ତିଙ୍କୁ ବିକ୍ରି କରାଯାଏ ଯାହାର ସନ୍ତାନ ନଥାଏ । ଏହିଭଳି ଅଭାବନୀୟ କାଣ୍ଡକୁ “ବେବି ଫାର୍ମିଙ୍ଗ୍’’ର ନାମ ଦିଆଯାଇଛି । ଝିଅଟିକୁ ଗର୍ଭବତୀ କରାଇସାରିବା ପରେ ତାକୁ ଛାଡିଦିଆଯାଏ । ଏହାଛଡା ଯେଉଁ ଝିଅମାନେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଖାନାରେ ଥାନ୍ତି ସେମାନଙ୍କୁ ମଧ୍ୟ ଅପହରଣ କରି ଗର୍ଭବତୀ କରାଇଦିଆଯାଏ । କିନ୍ତୁ ଏଠାର ଆଇନ୍ ଅନୁଯାୟୀ କୌଣସି ମହିଳା ଗର୍ଭବତୀ ହେବାପରେ ଗର୍ଭପାତ କରିପାରିବେ ନାହିିଁ । କାରଣ ନାଇଜେରିଆରେ ଗର୍ଭପାତ କରିବା ବେଆଇନ୍ ।