ନୂଆ ବର୍ଷରେ ପ୍ରସ୍ତୁତ କରନ୍ତୁ ଜିଞ୍ଜର ବ୍ରେଡ୍‌ କେକ୍‌

0

ସାମଗ୍ରୀ- ମଇଦା-୨କପ୍‌, ବେକିଙ୍ଗ୍‌ ସୋଡା-୧/୨ଚାମଚ, ଡାଲଚିନି ଗୁଣ୍ଡ-୧ ଚାମଚ, ଅଦା ବଟା ୧ ଚାମଚ, ଲବଙ୍ଗ ଗୁଣ୍ଡ ୧ ଚାମଚ, ଲୁଣ-୧/୪ ଚାମଚ, କ୍ଷୀର-୨କପ୍‌, ଲେମ୍ବୁ ରସ-୩ବୁନ୍ଦା, ବଟର-୧୧୫ଗ୍ରାମ୍‌, ବ୍ରାଉନ୍‌ ସୁଗାର-୧କପ୍‌, ଅଳ୍ପ ପାଣି, ଅଣ୍ଡା-୨ଟା, ଭେନିଲା ଏକ୍ସଟ୍ରାକଫ-୨ ଚାମଚ ।
ପ୍ରଣାଳୀ- ଓଭାନ୍‌ରେ ୧୮୦ଡିଗ୍ରୀ ତାପମାତ୍ରାରେ ଗରମ କରନ୍ତୁ । ପ୍ୟାନ୍‌ରେ ବଟରକୁ ଭଲ ଭାବରେ ବୋଳି ଦିଅନ୍ତୁ । ଏବେ ମଇଦା, ବେକିଙ୍ଗ ସୋଡା, ଡାଲଚିନି, ଅଦା, ଲବଙ୍ଗ ଏବଂ ଲୁଣକୁ ଏକତ୍ର ମିକ୍ସ କରନ୍ତୁ । ଅନ୍ୟ ଏକ ପାତ୍ରରେ କ୍ଷୀର ଏବଂ ଲେମ୍ବୁର ରସକୁ ଏକାଠି ମିଶ୍ରଣ କରନ୍ତୁ । ଆଉ ଏକ ବାଉଲ୍‌ରେ ୨କପ୍‌ ବ୍ରାଉନ୍‌ ସୁଗାରରେ ଅଳ୍ପ ପାଣି ନେଇ ସରବ୍ରତ ପରି ପ୍ରସ୍ତୁତ କରନ୍ତୁ । ଛ ଅନ୍ୟ ଏକ ବାଉଲ୍ରେ ଏକ କପ୍‌ ବ୍ରାଉନ୍‌ ସୁଗର ଏବଂ ବଟରକୁ ଏକାଠି ନେଇ ସେ ପର୍ଯ୍ୟନ୍ତ ମିକ୍ସ କରନ୍ତୁ, ଯେ ପର୍ଯ୍ୟନ୍ତ ଏହା ଭଲ ରୂପେ ମିଶି ନାହିଁ । ଏବେ ବଟର ଏବଂ ବ୍ରାଉନ୍‌ ସୁଗାର ମିଶ୍ରଣରେ ଘୋଳା ହୋଇ ରହିଥିବା ଚିନି ପାଣିକୁ ଏକାଠି କରିଦିଅନ୍ତୁ । ଏବେ ଏଥିରେ ଅଣ୍ଡା ଭାଙ୍ଗି ଭଲଭାବରେ ମିଶ୍ରଣ କରନ୍ତୁ । ଏହି ମିଶ୍ରଣରେ ଏବେ ଭେନିଲା ଏକ୍ସଟ୍ରାକଫକୁ ପକାନ୍ତୁ । ଏବେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମଇଦା, ଡାଲଚିନି ଏବଂ ଅଦାରେ ଏହି ଘୋଳାକୁ ମିଶେଇ ଦିଅନ୍ତୁ । ଏଥିରେ କ୍ଷୀର ପକାଇ ଭଲ ଭାବରେ ଫେଣ୍ଟ;ୁ । ଏବେ ଏହି ମିଶ୍ରଣରେ ଲେମ୍ବୁ ରସକୁ ପକାଇ ପ୍ୟାନ୍‌ରେ ଢାଳିଦିଅନ୍ତୁ । ଏବେ ଓଭାନ୍‌ରେ ଏହାକୁ ୪୫ରୁ ୫୦ମିନିଟ୍‌ ପର୍ଯ୍ୟନ୍ତ ଭଲ ଭାବରେ ପ୍ରସ୍ତୁତ ହେବାକୁ ଦିଅନ୍ତୁ । କେକ୍‌ ବେକିଙ୍ଗ ହୋଇଗଲା ପରେ ୫ମିନିଟ୍‌ ଏହାକୁ ଥଣ୍ଡା କରିଦିଅନ୍ତୁ । ଏବେ କେକ୍‌ ଉପରେ ଚିନି ଗୁଣ୍ଡକୁ ଚାରିଆଡ଼େ ଭଲ ଭାବରେ ଛିଞ୍ଚିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଜିଞ୍ଜର ବ୍ରେଡ୍‌ କେକ୍‌ । ଏହାକୁ ଏବେ ପତଳା ପତଳା କରି କାଟି ପରଷନ୍ତୁ ।

Leave A Reply

Your email address will not be published.