ପାକିସ୍ତାରେ ହଇରାର ହେଉଛନ୍ତି ଭାରତୀୟ ଦୂତ

0

ନୂଆଦିଲ୍ଲୀ, ୨୨/୧୨ : ପାକିସ୍ତାନରେ ବାସ କରୁଥିବା ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ କିଛିଦିନ ହେବ ଶୋଷଣର ଶିକାର ହେବାକୁ ପଡିଛି । ସେମାନଙ୍କ ଗ୍ୟାସ ସଂଯୋଗ କାଟିଦିଆଯାଇଛି । ସେମାନଙ୍କୁ ଭେଟିବାକୁ ଆସୁଥିବା ଅତିଥି ମାନଙ୍କୁ ମଧ୍ୟ ହଇରାଣ କରାଯାଉଛି । କେତେକ ବରିଷ୍ଠ ଅଧିକାରୀଙ୍କ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରିଦିଆଯାଇଛି । ସୂଚନା ଅନୁଯାୟୀ ଏ ପ୍ରସଙ୍ଗରେ ଅବଗତ ହେବା ପରେ ଭାରତୀୟ ବୈଦେଶୀକ ବ୍ୟାପାର ମନ୍ତ୍ରାଳୟ ପାକିସ୍ତାନରେ ଥିବା ତାର ପ୍ରତିପକ୍ଷରୁ ଏନେଇ ସୁଚନା ଦେଇଛି । ଇସଲାମାବାଦରେ ରହୁଥିବା ଭାରତୀୟ ଦୂତମାନେ ପାକିସ୍ତାନରେ ହଇରାଣ ହେବା , ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଏପରି ଘଟଣା ସାମ୍ନାକୁ ଆସିଛି । ଚଳିତବର୍ଷ ମାର୍ଚ୍ଚ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ଏବଂ ଭାରତ ପକ୍ଷରୁ ଏହାର ବିରୋଧ ମଧ୍ୟ କରାଯାଇଥିଲା । ଭାରତୀୟ ରାଷ୍ଟ୍ରଦୂତଙ୍କୁ ହଇରାଣ କରିବା, ସେମାନଙ୍କୁ ଧମକାଇବା ୧୯୬୧ ର କୋଡ୍‌ ଅଫ୍‌ କଣ୍ଡକଫ ଅଇନର ଉଲଙ୍ଘନ ବୋଲି ପାକିସ୍ତାନକୁ ଦିଆଯାଇଥିବା ରିପୋର୍ଟରେ ଭାରତ କହିଥିଲା ।

Leave A Reply

Your email address will not be published.