ପାକ୍ ସେନା ମୁଖ୍ୟଙ୍କୁ ଅମରିନ୍ଦରଙ୍କ ଚେତାବନୀ, ଆମ ଶରୀରରେ ମଧ୍ୟ ପ୍ରବାହିତ ହେଉଛି ପଞ୍ଜାବୀ ରକ୍ତ

0

ପଞ୍ଜାବ,୨୬/୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଡେରା ବାବା ନାନକ-କରତାପୁର ସାହିବ କରିଡରର ଭିତ୍ତି ପ୍ରସ୍ଥର କାର୍ଯ୍ୟକ୍ରମରେ ପାକିସ୍ତାନର ସେନା ପ୍ରମୁଖ କମର ଜାଭେଦ ବାଜଓ୍ଵାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଅମରିନ୍ଦର କହିଛନ୍ତି ଯେ ପାକିସ୍ତାନୀ ସେନା ପ୍ରମୁଖ ବାଜଓ୍ଵା ମନେ ରଖନ୍ତୁ ଯେ ଆମ ଶରୀରରେ ପଞ୍ଜାବୀ ରକ୍ତ ପ୍ରବାହିତ ହେଉଛି। ଯଦି ସେ ପଞ୍ଜାବରେ କିଛି ଅଘଟଣ ଘଟାଇବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ଉଚିତ୍ ଶିକ୍ଷା ଦିଆଯିବ।

ସେ କହିଛନ୍ତି ଯେ ମୁଁ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ମାତ୍ର ଏହା ସହିତ ପାକିସ୍ତାନୀ ସେନାର ମୁଖ୍ୟ ଜେନେରଲା ବାଜଓ୍ଵାଙ୍କୁ ମଧ୍ୟ ସନ୍ଦେଶ ଦେବାକୁ ଚାହୁଁଛି। ମୁଁ ମଧ୍ୟ ସେନାରେ ଥିଲି । ବର୍ତ୍ତମାନ ପାକିସ୍ତାନରେ ଥିବା ସେନା ମୁଖ୍ୟ ସର୍ଭିସରେ ମୋଠୁ ବହୁତ ପଛରେ ଅଛନ୍ତି। ମୁଁ ତ ଜେନେରାଲ ମୁଶାରଫଙ୍କଠୁ ମଧ୍ୟ ବରିଷ୍ଠ । ଏହା ସିନିୟର କି ଜୁନିୟର କଥା ନୁହଁ। ମୁଁ ଏଥିପାଇଁ କହୁଛି ଯେ ସମସ୍ତ ସୈନିକଙ୍କୁ ଜଣା ଯେ ଅନ୍ୟ ସୈନିକ କଣ ଭାବୁଛନ୍ତି।

Leave A Reply

Your email address will not be published.