ପାରାଦୀପ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ମାମଲା : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର

0

ଭୁବନେଶ୍ୱର,୨୯/୧୧: ଭାରତୀୟ ତୈଳ ନିଗମ ଓ ଓଡ଼ିଶା ସରକାରଙ୍କ ଇଡକୋ ମଧ୍ୟରେ ପାରାଦୀପ ତୈଳ ବିଶୋଧନାଗାର ନିକଟରେ ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ମାମଲାରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ବୋଲି କେନ୍ଦ୍ର ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଆସନ୍ତା ଫେବୃଆରୀ ୨୦୧୯ ସୁଦ୍ଧା ପାରାଦୀପ ତୈଳ ବିଶୋଧନାଗାରରୁ ପଲିପ୍ରପିଲିନ ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହେବ। ତେଣୁ ଏହି ସମୟ ସୁଦ୍ଧା ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ନ ହେଲେ ପୁଞ୍ଜି ନିବେଶ ପ୍ରଭାବିତ ହେବା ଆଶଙ୍କା ଥିବା ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.