ପୁଣି ଝୁଲିଲା ତିନି ତଲାକ ନିଷ୍ପତ୍ତି

0

ନୂଆଦିଲ୍ଲୀ, ୩୧/୧୨ : ରାଜ୍ୟସଭାରେ ପୁଣି ଅଟକିଲା ମୁସ୍ଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ୍‌ ) ବିଲ୍‌ । ଲୋକସଭାରେ ପାରିତ ହେବା ପରେ ସୋମବାର ଏହାକୁ ରାଜ୍ୟସଭାରେ ଆଗତ କରାଯାଇଥିଲା । କି;ୁ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାର କାର୍ଯ୍ୟକୁ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି । ରାଜ୍ୟସଭାରେ ଏହି ବିଲକୁ ବର୍ତ୍ତମାନ ପରିସ୍ଥିତିରେ ପାରିତ ହେବାକୁ ଦେବନାହିଁ ବୋଲି କଂଗ୍ରେସ ଜିଦ ଧରି ବସିଥିବା ବେଳେ ଅନ୍ୟ ବିରୋଧୀ ଦଳ ଏହାକୁ ଯୁଗ୍ମ ଚୟନ କମିଟିକୁ ପଠାଇବା ଦାବିରେ ଅଟଳ ରହିଛନ୍ତି । ତେବେ ବୁଧବାର ଏହାକୁ ପୁଣିଥରେ ରାଜ୍ୟସଭାରେ ଆଗତ କରାଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ଡିସେମ୍ବର ୨୦୧୭ରେ ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୃହୀତ ହୋଇଥିଲା । କି;ୁ ରାଜ୍ୟସଭାରେ ଗୃହୀତ ହୋଇନପାରିବାରୁ ସରକାରଙ୍କୁ ଅଧ୍ୟାଦେଶ ଆଣିବାକୁ ପଡ଼ିଥିଲା । ତିନି ତଲାକ୍‌ ବିଲ୍‌ରେ ଆବଶ୍ୟକ ସଂଶୋଧନ ସହ ତାହା ପୁଣି ଉପସ୍ଥାପନ ହୋଇଥିବା ବେଳେ କଂଗ୍ରେସ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇନାହିଁ ଏବଂ ଯୁଗ୍ମ ଚୟନ କମିଟିକୁ ବିଲ୍‌ ପଠାଇବା ଦାବିରେ ଅଟଳ ରହିଛି । ମୋଦିଙ୍କ କ୍ୟାବିନେଟ୍‌ ତିନି ତଲାକ୍‌ ବିଲ୍‌ରେ ୯ ଅଗଷ୍ଟରେ ୩ଟି ସଂଶୋଧନ ଆଣିଥିଲେ, ଯେଉଁଥିରେ ଜାମିନ ଦେବାର ଅଧିକାର ବିଚାରପତିଙ୍କ ପାଖରେ ରହିବ ଏବଂ କୋର୍ଟଙ୍କ ଅନୁମତିକ୍ରମେ ବୁଝାମଣା ପାଇଁ ମଧ୍ୟ ବ୍ୟବସ୍ଥା ହୋଇପାରିବ । ମୂଳ ତିନି ତଲାକ୍‌ ବିଲ୍‌ରେ ବ୍ୟବସ୍ଥା ଥିଲା ଯେ ଏହି ମାମଲାରେ ଯେ କେହି ବି ମକଦ୍ଦମା ରୁଜୁ କରିପାରିବଛ ପୁଲିସ ନିଜ ଆଡୁ ମଧ୍ୟ ମାମଲା ରୁଜୁ କରିପାରିବ ବୋଲି ବ୍ୟବସ୍ଥା ଥିଲା । କି;ୁ ନୂଆ ସଂଶୋଧନରେ କେବଳ ପୀଡ଼ିତା ଏବଂ ନିକଟ ସମ୍ପର୍କୀୟମାନେ ହିଁ ମାମଲା ରୁଜୁ କରିପାରିବେ ବୋଲି ବ୍ୟବସ୍ଥା ରହିଛି । ପୂର୍ବରୁ ତିନି ତଲାକ୍‌କୁ ଜାମିନବିହୀନ ଅପରାଧ ଶ୍ରେଣୀରେ ରଖାଯାଇଥିଲା ଏବଂ ପୁଲିସ ବିନା ୱାରେଣ୍ଟରେ ଗିରଫ କରିପାରିବା ବ୍ୟବସ୍ଥା ଥିଲା । କିନ୍ତୁ ଏବେ ନୂଆ ସଂଶୋଧନରେ ବିଚାରପତିମାନଙ୍କୁ ଜାମିନ ପ୍ରଦାନ କରିବା କ୍ଷମତା ଦିଆଯାଇଛି ।

Leave A Reply

Your email address will not be published.