ପୁଲୱାମାରେ ସେନା ଓ ଆତଙ୍କବାଦୀ ଗୁଳିବିନିମୟ, ଜଣେ ଆତଙ୍କବାଦୀ ନିହତ

0

ଶ୍ରୀନଗର, ୨୮/୧୨ : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାସ୍ଥିତ ଅବନ୍ତିପୁରାଠାରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୁଲିବିନମୟ ଜାରି ରହିଥିବା ସୁଚନା ମିଳିଛି । ଅବନ୍ତିପୁରା ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା ଆରମ୍ଭ କରିଥିଲେ । ଏହା ପରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ବିରୁଦ୍ଧରେ ପାଲଟା ଗୁଳିଚାଳନା କରିଥିଲେ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଲେଖାଯିବା ବେଳକୁ ଏନକାଉଣ୍ଟର ଜାରି ରହିଛି । ଏନକାଉଣ୍ଟର ପରେ ଏଠାକାର ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ଗତ ସପ୍ତାହରେ କାଶ୍ମୀରର ତ୍ରାଲ ଅଞ୍ଚଳରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେନା ପକ୍ଷରୁ କରାଯାଇଥିବା ଏହି ଅପରେଶନରେ ବହୁ ପରିମାଣର ଗୁଳିଗୋଳା ଏବଂ ବିସ୍ପୋଟକ ସାମଗ୍ରୀ ଜବତ କରାଯାଇଥିଲା ।

Leave A Reply

Your email address will not be published.