ବେଙ୍ଗାଲୁରୁ, ୨୫/୧୨ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଜୋରଦାର ଭାଇରାଲ ହେଉଛି, ଯାହାକୁ ନେଇ ସେ ବିବାଦଘେରରେ ଫସିଛନ୍ତି । ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଦଳର ଜଣେ ନେତାଙ୍କ ମୃତୁ୍ୟର ପ୍ରତିଶୋଧ ନେବା ପାଇଁ ହତ୍ୟାକାରୀକୁ ଜୀବନରୁ ମାରିଦେବାକୁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଛି ।
ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ କୁମାରସ୍ୱାମୀ କହୁଛନ୍ତି କି, ପ୍ରକାଶ ଜଣେ ଭଲ ମଣିଷ ଥିଲା । ମୁ ଜାଣିନି କି ତାକୁ ର୍ନିମମ ଭାବେ କଣ ପାଇଁ ମରାଗଲା । ଶୁଟଆଉଟରେ ଆକ୍ରମଣକାରୀଙ୍କୁ ନିର୍ମମ ଭାବେ ହତ୍ୟା କର । କିଛି ବିବାଦ ହେବ ନାହିଁ । ତେବେ କୁମାରସ୍ୱାମୀଙ୍କ ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଉଛି ।
ତେବେ ଘଟଣାଟି ବିବାଦୀୟ ହେବା ପରେ ପରେ କୁମାରସ୍ୱାମୀ ଏହି ମାମଲାରୁ ବଞ୍ଚିବା ପାଇଁ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ଭାବେ ମୁ କାହାକୁ ମାରିବାକୁ ଆଦେଶ ଦେଇନାହିଁ । ସେହି ସମୟରେ ଅତ୍ୟାଧିକ ଭାବପ୍ରବଣ ହୋଇ ରାଗରେ ଏପରି କହି ଦେଇଥିଲି । ଅପରାଧିମାନଙ୍କୁ ଅନ୍ୟ ଦୁଇ ମର୍ଡର କେସରେ ମଧ୍ୟ ଖୋଜା ଚାଲୁଛି । ସେ ଜେଲରେ ବନ୍ଦୀ ଥିଲେ ଏବଂ ଜାମିନରେ ଆସିବା ମାତ୍ରେ ଜନତା ସେକୁ୍ୟଲାର ଦଳର ନେତା ପ୍ରକାଶଙ୍କୁ ହତ୍ୟା କରିଦେଲେ । ସୂଚନାଯୋଗ୍ୟ କି, ଜନତା ଦଳ ସେକ୍ୟୁଲରର ନେତା ପ୍ରକାଶକୁ ସୋମବାର ସନ୍ଧ୍ର୍ୟାରେ ୪.୩୦ରେ ଦକ୍ଷିଣ କର୍ଣ୍ଣାଟକରେ ହତ୍ୟା କରାଯାଇଥିଲା । ଶୁଣିବାକୁ ମିଳୁଛି ଯେ କିଛି ଅଜଣା ବ୍ୟକ୍ତି ବାଇକରେ ଆସି ପ୍ରକାଶଙ୍କ ପିଛା କରୁଥିଲେ ଓ ତାଙ୍କ ଗାଡି ଅଟକାଇ କୁରାଢୀରେ ତାଙ୍କୁ ହତ୍ୟା କରିଥିଲେ ।
Prev Post
Next Post