ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ “ସେବା ସପ୍ତାହ” ରୁପେ ପାଳନ କରିବ ବିଜେପି

ନୂଆଦିଲ୍ଲୀ,୨୯/୮: ଆସନ୍ତା ସେପ୍ଟେମ୍ୱର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ । ଏହି ଅବସରରେ ବିଜେପି ସେବା ସପ୍ତାହ ଆୟୋଜନ କରିବାକୁ ନିଷ୍ପତି ନେଇଛି । ବିଜେପି ସେପ୍ଟେମ୍ୱର ୧୪ ରୁ ୨୦ ପର୍ଯ୍ୟନ୍ତ ଜନତାଙ୍କ ସେବା ସପ୍ତାହ/ ସେବା ସପ୍ତାହ ପାଳନ କରିବ ।

ଆସନ୍ତା ୧୪ ରୁ ଆରମ୍ଭ ହୋଇ ୨୦ ରେ ଶେଷ ହେବାକୁ ଥିବା ଏହି ଅଭିଯାନକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛି ବିଜେପି । ବିଜେପି ସଦସ୍ୟଙ୍କ ଦ୍ୱାରା ଦେଶର ବିଭିନ୍ନ ସ୍ଥାନାରେ ସଫେଇ ଏବଂ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହି ଅଭିଯାନକୁ ସଫଳ କରିବା ପାଇଁ ବିଜେପି ଏକ ରାଷ୍ଟ୍ରୀୟ କମିଟି ଗଠନ କରିଛି । ଅଭିନାଶ ରାଏ ଖନ୍ନାଙ୍କୁ ଏହି ଅଭିଯାନର ଆବାହକ ନିଯୁକ୍ତ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ରାଷ୍ଟ୍ରୀୟ ସଚିବ ସୁଧା ଯାଦବ ଏବଂ ସୁନିଲ ଦେଓଧର ମଧ୍ୟ ଏହି କମିଟିରେ ସାମିଲ ଅଛନ୍ତି ।

ବିଜେପିର ଏହି ଅଭିଯାନ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର ଏବଂ ଆଖି ପାରୀକ୍ଷା ପାଇଁ ଶିବିର ମାନ ଖୋଲାଯିବ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସାହାଯ୍ୟ କରିବେ ବିଜେପି କର୍ମୀ ।

ବିଜେପି ପକ୍ଷରୁ ଶତାଧିକ ଭିନ୍ନକ୍ଷମଙ୍କୁ ଶିକ୍ଷା ପାଇଁ ଆବଶ୍ୟକୀୟ ଥିବା ବିଭିନ୍ନ ସାମଗ୍ରୀ ଯୋଗାଇବେ ବିଜେପି କର୍ମୀ । ଏହି ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୃତିତ୍ୱ ଏବଂ ବହି ଗୁଡିକୁ ରାଜ୍ୟ ଶାଖା ଗୁଡିକୁ ଦିଆଯିବ, ସେଠାରୁ ବିଜେପିର ବରିଷ୍ଠ ନେତାମାନେ ବ୍ୟକ୍ତିଗତଭାବେ ବିଭିନ୍ନ କାର୍ଯ୍ୟକ୍ରମଣରେ ବିତରଣ କରିବେ । ଏହାଛଡା ପିଏମ ମୋଦୀଙ୍କ କୃତିତ୍ୱ, ଉପଲବ୍ଧି ଏବଂ ଜୀବନୀ ସହ ଜଡିତ ବିଷୟ ବସ୍ତୁ ଗୁଡିକର ପ୍ରଦର୍ଶନୀ କରାଯିବ । ଏହି ଅବସରରେ ସମସ୍ତ ବିଜେପି କର୍ମୀ( ସାଂସଦ. ବିଧାୟକ) ଏକକ ପ୍ଲାଷ୍ଟିକର ବ୍ୟବହାର ବିରୋଧର ଏକ ବିଶାଳ ଜନ ଆନ୍ଦୋଳନର ଆୟୋଜନ କରିବେ ।