ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୧/୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦିଙ୍କୁ ନବୀନ ଶୁଭେଚ୍ଛା ଜଣାଇଥିଲେ। ଏହା ପରେ ସାକ୍ଷାତ ସମୟରେ ଓଡ଼ିଶାର ବିଭିନ୍ନ ଦାବି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ନବୀନ କହିଛନ୍ତି ଯେ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ଫନୀ କ୍ଷୟକ୍ଷତି ନେଇ ଆଲୋଚନା ହୋଇଛି। ଫନୀ ପାଇଁ ୫ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ଅନୁରୋଧ କରାଯାଇଛି। ୫ ଲକ୍ଷ ପକ୍କା ଘର ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ ହୋଇଛି। ଏଥିସହ କୋଇଲା ରୟାଲିଟି ସଂଶୋଧନ ଦାବିନେଇ ତାଙ୍କୁ ଅବଗତ କରାଯାଇଛି ବୋଲି ନବୀନ କହିଛନ୍ତି।