ପ୍ରାଣ ହରାଇଲେ ୩ କାର୍ଯ୍ୟରତ ନିର୍ବାଚନ ଅଧିକାରୀ

ମଧ୍ୟପ୍ରଦେଶ, ୨୮/୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ୨୩୦ଟି ଆସନ ପାଇଁ ଆଜି ମତଦାନ ଜାରି ରହିଛ । ମତଦାନ କେନ୍ଦ୍ର ଆଗରେ ଲୋକେ ଲମ୍ବା ଧାଡି ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳୁଛି । ମତଦାନ ସମୟରେ କୌଣସି ଅସୁବିଧା ନହୁଏ ସେଥି ପାଇଁ ବହୁ ସଂଖ୍ୟାରେ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ଇତି ମଧ୍ୟରେ ସେଠାରେ ଘଟିଯାଇଛି ଏକ ଦୁର୍ଘଟଣା । ମତଦାନ ସମୟରେ ୩ ଜଣ ଅଧିକାରୀ ହୃଦଘାତରେ ପ୍ରାଣ ହରାଇଥିବା ସୁଚନା ମିଳିଛି । ଗୁନାରେ ଜଣେ ଓ ଇନ୍ଦୋରରେ ଦୁଇଜଣ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜନସଂପର୍କ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ନେହେରୁ ନଗରର ମତଦାନ କେନ୍ଦ୍ରରେ ନିର୍ବାଚନ ଡୁ୍ୟଟି କରୁଥିବା ୫୫ ବର୍ଷିୟ ଶିକ୍ଷା ସହାୟକ କୈଳାସ ଚନ୍ଦ୍ର ପଟେଲଙ୍କର ମତଦାନ ଆରମ୍ଭ ହେବାର ୧ ଘଣ୍ଟା ପୂର୍ବରୁ ହୃଦଘାତ ହୋଇଥିଲା । ତୁରନ୍ତ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କି;ୁ ସମସ୍ତ ଚେଷ୍ଟା ସତେ୍ୱ ଡାକ୍ତର ତାଙ୍କୁ ବଞ୍ଚାଇବାରେ ଅସଫଳ ହୋଇଥିଲେ ।
ଜନସଂପର୍କ ଅଧିକାରୀ କହିଛନ୍ତି କି, ନିର୍ବାଚନ ଡୁ୍ୟଟି ସମୟରେ ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ପରିବାରକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ।
ଏହା ବ୍ୟତୀତ ଗୁନାର ବମୌରୀ ନିର୍ବାଚନ ମଣ୍ଡଳୀର ପରାଠ ମତଦାନ କେନ୍ଦ୍ରରେ ଡ୍ୟୁଟି କରୁଥିବା ନିର୍ବାଚନ ଅଧିକାରୀ ସୋହନଲାଲ ବାଥମଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ମତଦାତାଙ୍କୁ ଲାଇନରେ ଠିଆ କରାଉଥିବା ବେଳେ ହଠାତ୍‌ ସେ ହୃଦଘାତର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ହିଁ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ତେବେ ଅନ୍ୟ ଜଣେ ମୃତକଙ୍କ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ସୂଚନା ମିଳିନାହିଁ ।