ଫସିଗଲେ ଅମୀଷା

0

ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’ ଜରିଆରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଥିଲେ ଅମୀଷା ପଟେଲ । କିନ୍ତୁ ଦୀର୍ଘଦିନ ଧରି ଅମୀଷା କୌଣସି ଫିଲ୍ମରେ ଲିଡ୍‌ ରୋଲ୍‌ କରୁଥିବାର ଏବେ ନଜର ଆସୁ ନାହାନ୍ତି । ଅମୀଷା ଫିଲ୍ମରେ ଦୃଶ୍ୟମାନ ନ ହେଲେ ମଧ୍ୟ ସେଲିବ୍ରିଟିଙ୍କ ପାର୍ଟି ଫଙ୍କସନ୍‌ରେ ସେ କିନ୍ତୁ ବାଦ୍‌ ପଡୁନାହାନ୍ତି । ତେବେ କିଛି ଦିନ ହେବ ଅମୀଷା ଫିଲ୍ମରେ କାମ ନ କରି ବିଭିନ୍ନ ଫ୍ୟାମିଲି ପାର୍ଟି ଯେମିତି ବିବାହ, ଜନ୍ମଦିନ ଆଦିରେ ନାଚି ଟଙ୍କା ରୋଜଗାର କରୁଛନ୍ତି। ବର୍ତ୍ତମାନ କିନ୍ତୁ ଫସିଯାଇଛନ୍ତି ଏହି ଅଭିନେତ୍ରୀ । ଏକ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ଅମୀଷାଙ୍କ ନାଁରେ ଆଣିଛି ଠକାମୀ ଅଭିଯୋଗ । ୨୦୧୭ ମସିହା ନଭେମ୍ବର ୧୬ରେ ଏକ ବିବାହରେ ନାଚିବା ପାଇଁ ଅମୀଷାଙ୍କୁ ୧୧ଲକ୍ଷ ଟଙ୍କା ଇଭେଣ୍ଟ ଅର୍‌ଗାନାଇଜିଂ କମ୍ପାନୀର ମାଲିକ ପୱନ କୁମାର ଦେଇଥିଲେ । କିନ୍ତୁ ଟଙ୍କା ଦେବା ସତ୍ତେ୍ୱ ମନୀଷା ବିବାହରେ ନାଚିବା ପାଇଁ ପହଞ୍ଚି ନ ଥିଲେ । ସେପଟେ ପୱନ କୁମାର ମନୀଷା ଓ ତାଙ୍କ ସହାୟକଙ୍କୁ ବାରମ୍ବାର ଫୋନ୍‌ କରିବା ସତ୍ତେ୍ୱ ସେମାନେ ଫୋନ୍‌ର ଉତ୍ତର ଦେଇ ନ ଥିଲେ । ପରେ ପୱନ ଯେତେବେଳେ ଅମୀଷାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ ସେହି ସମୟରେ ଅମୀଷାଙ୍କ ସହାୟକ ପୱନ କୁମାରଙ୍କୁ ହତ୍ୟା ଧମକ ଦେଇଥିଲେ । ଏନେଇ ଏବେ ପୱବ କୁମାର ଅଟ୍ରି କୋର୍ଟର ସହାଯ୍ୟ ଲୋଡ଼ିଛନ୍ତି । ଏ ପର୍ଯ୍ୟନ୍ତ ଏ ମାମଲା ନେଇ କୌଣସି ସୂଚନା ମିଳି ନାହିଁ । ଶେଷଥର ପାଇଁ ଅମୀଷା ଫିଲ୍ମ ‘ଭୟାଜୀ ସୁପରହିଟ୍‌’ରେ ନଜର ଆସିଥିଲେ ।

Leave A Reply

Your email address will not be published.