ବାଜପେୟୀଙ୍କ ସମ୍ମାନରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ, ୨୪/୧୨ : ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି । ସଂସଦ ଭବନର ଏନେକ୍ସିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଉପସ୍ଥିତିରେ ମୋଦୀ ଏହି ମୁଦ୍ରା ଜାରି କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଅଟଳଙ୍କ ଜିବନୀ ଆଗାମୀ ପୀଢିଙ୍କ ସାର୍ବଜନିକ ଜୀବନ, ବ୍ୟକ୍ତିଗତ ଜୀବନ, ରାଷ୍ଟ୍ର ଜୀବନ ପାଇଁ ସମର୍ପଣ ଭାବ ନିମନ୍ତେ ସର୍ବଦା ପ୍ରେରଣା ଦାୟୀ ରହିବ ।

ମୋଦୀ ପୁଣି କହିଛନ୍ତି କି, ଅଟଳ ଏବେ ନାହାଁନ୍ତି ତାହା ତାଙ୍କୁ ବିଶ୍ୱାସ ହେଉ ନାହିଁ । ସେ ସମାଜର ସବୁ ବର୍ଗ ପ୍ରତି ଭଲପାଇବା ରଖୁଥିବା ଜଣେ ସମ୍ମାନସ୍ପଦ ବ୍ୟକ୍ତି । ଅଟଳ ଯେଉଁ ଦଳ ତିଆରି କରିଥିଲେ ତାହା ସବୁଠାରୁ ବଡ ରାଜନୈତିକ ଦଳ ଭାବରେ ଏବେ ପରିଚିତ । ବକ୍ତା ଭାବରେ ସେ ଅଦ୍ୱିତୀୟ । ଆମ ଦେଶରେ ଜଣେ ଅଦ୍ୱିତୀୟ ବକ୍ତାଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ । ଲୋକତନ୍ତ୍ର ସର୍ବୋପରି ରହୁ ବୋଲି ଅଟଳ ସର୍ବଦା ଚାହୁଁଥିଲେ । ସେ ବାଜପେୟୀଙ୍କ ବିଚାରଧାରା ଏବଂ ତାଙ୍କ ଦ୍ୱାରା ଦର୍ଶା ଯାଇଥିବା ମାର୍ଗରେ ଚାଲିବେ ।

ବହୁ ସମୟ ଧରି ବାଜପେୟୀଙ୍କ ସହେଯାଗୀ ଥିବା ଲାଲକୃଷ୍ଣ ଆଡଭାନୀ, ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନ, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ, ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏହି ସମାରୋହରେ ଉପସ୍ଥିତ ଥିଲେ । ବାଜପେୟୀ ବହୁ ଦିନ ଧରି ଅସୁସ୍ଥ ଥିବା କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି କି, ଅଟଳ ଚାହୁଁଥିଲେ ଲୋକତନ୍ତ୍ର ସର୍ବୋଚ ରହୁ ତେଣୁ ବିଚାରଧାରା ଉପରେ ଅଟଳ ରହିବା ବିକଳ୍ପ ଆସିବା ସମୟରେ ସେ ଜନତା ପାର୍ଟି ଛାଡି ଦେଇଥିଲେ ଏବଂ ବିଜେପିର ଗଠନ କରିଥିଲେ ।

Leave A Reply

Your email address will not be published.