ବାପାଙ୍କୁ ମାଗିଲେ ୨ ଲକ୍ଷ , ନ ଦେବାରୁ ପୁଅକୁ ହତ୍ୟା : ଢେଙ୍କାନାଳ

0

ଢେଙ୍କାନାଳ,୬/୧୨: ଢ଼େଙ୍କାନାଳ ଟାଉନ୍‌ ଥାନା ବନମାଳିପ୍ରସାଦ କାଜୁବଗିଚାରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ କରାଯାଇଛି। ୨ ଲକ୍ଷ ଟଙ୍କା ଦାବି କରି ନ ପାଇବାରୁ ଯୁବକମାନେ ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି। ଏ ନେଇ ଜଣେ ଅଭିଯୁକ୍ତ ଟାଉନ୍‌ ଥାନାରେ ଆତ୍ମସମର୍ପଣ କରି ସ୍ୱୀକାର କରିଛି। ତେବେ ପୁଲିସ ମୃତଦେହ ପଞ୍ଚନାମା କରି ବ୍ୟବାଛଦ ପାଇଁ ପଠାଇପବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବନମାଳିପ୍ରସାଦର ଗାଁର ଗଣେଶ ପୃଷ୍ଟିଙ୍କ ୧୯ ବର୍ଷିୟ ପୁଅ ସଂଗ୍ରାମ ପୃଷ୍ଟି ଗତ ୩ ତାରିଖରୁ ଘରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ତେବେ ଗତକାଲିି ସଂଗ୍ରାମଙ୍କ ବାପା ଗଣେଶଙ୍କ ପାଖକୁ ସଂଗ୍ରାମଙ୍କ ମୋବାଇଲ ଫୋନ୍‌ରୁ ଏକ କଲ ଆସିଥିଲା। ଏଥିରେ କଲ କରିଥିବା ବ୍ୟକ୍ତି ୨ ଲକ୍ଷ ଟଙ୍କା ନ ଦେଲେ ସଂଗ୍ରାମକୁ ମାରିଦେବେ ବୋଲି ଧମକ ଦେଇଥିଲୋ ଏହି ଫୋନ କଲ୍‌ ପାଇବା ପରେ ଗଣେଶ ଟାଉନ୍‌ ଥାନାରେ ଅଭିଯୋଗ କରିଥିଳେ। ଆଜି ସକାଳେ ଗାଁ କାଜୁବଗିଚାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିବା ପରେ ଗଣେଶ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ସଂଗ୍ରାମଙ୍କର ବୋଲି ଚିହ୍ନଟ କରିଥିଲେ।

ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଶୋକ ବିଶ୍ୱାଳ ନାମକ ଜଣେ ଯୁବକ ଆଜି ସକାଳେ ଥାନାରେ ପହଞ୍ଚି କହିଥଲେ ଯେ ୩ ତାରିଖ ଦିନ ଜିତେନ୍ଦ୍ର ସାହୁ ଓ ଅନ୍ୟମାନେ ମଦ ପିଇବାକୁ ସଂଗ୍ରାମକୁ ଡାକିଥିଲେ। ସେଠାରେ ପିଟୁପିଟୁ ସଂଗ୍ରାମଙ୍କର ମୃତ୍ୟୁ ଘଟିିଥିଲା। ଅଶୋକଙ୍କୁ ଜିତେନ୍ଦ୍ର ସଂଗ୍ରାମଙ୍କ ଫୋନ ଦେଇ ତାଙ୍କ ବାପାଙ୍କ ଠାରୁ ୨ ଲକ୍ଷ ଟଙ୍କା ଆଣିବାକୁ ଧମକ ଦେବାରୁ ସେ ଗଣେଶଙ୍କ ନିକଟକୁ ଫୋନ କରିଥିବା ଅଶୋକ ପୁଲିସ ନିକଟରେ ସ୍ୱୀକାର କରିଥିଲେ। ତେବେ ପୁଲିସ ଅଶୋକଙ୍କ ଠାରୁ ସଂଗ୍ରାମଙ୍କ ମୋବାଇଲ ଫୋନ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଶୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।

SBI AD
Leave A Reply

Your email address will not be published.