ବାବା ରାମଦେବଙ୍କୁ ଝଟକା : ପତଞ୍ଜଳୀର ଆୟ ଯାଞ୍ଚ କରିବାକୁ ହାଇକୋର୍ଟ ଦେଲେ ଆଦେଶ

ନୂଆଦିଲ୍ଲୀ,୧୯/୧୨: ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଆୟୁର୍ବେଦ ଲିମିଟେଡ଼କୁ ଦିଲ୍ଲୀ ହାଇକୋର୍ଟରୁ ଲାଗିଛି ଝଟକା। କୋର୍ଟ ଆୟକର ବିଭାଗର ଯାଞ୍ଚରେ ସହଯୋଗ କରିବାକୁ ପତଞ୍ଜଳୀକୁ ନିର୍ଦ୍ଦେଶ ଦେଇଛି। ପତଞ୍ଜଳୀ ଆୟୁର୍ବେଦ ଲିମିଟେଡ଼ ଆୟକର ବିଭାଗର ସ୍ଵତନ୍ତ୍ର ଯାଞ୍ଚର ଆଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନରେ କୌଣସି ଭୁଲ ନାହିଁ। ଦିଲ୍ଲୀ ହାଇକୋର୍ଟ ୨୦୧୦ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି।

ଆଜିର ଶୁଣାଣିରେ ଆୟକର ବିଭାଗ କହିଥିଲା ଯେ କମ୍ପାନୀର ଗୋଟିଏ ନୁହେଁ ବରଂ ଅନେକ ଖାତା ରହିଛି। ଯାହାର ସ୍ପେଶାଲ ଅଡିଟ୍ ହେବା ଜରୁରୀ। କମ୍ପାନୀକୁ କେଉଁ ସ୍ରୋତରେ ଆୟ ହେଉଛି ଏହାର ସୂଚନା କେବଳ ସ୍ପେଶାଲ ଅଡିଟରେ ହିଁ ମିଳିପାରିବ।

ପତଞ୍ଜଳୀ ଆୟୁର୍ବେଦ ଲିମିଟେଡ଼ ୨୦୧୦-୧୧ ସମୟରେ ଇନକମ ଟ୍ୟାକ୍ସ ବିଭାଗର ଯାଞ୍ଚ ପ୍ରକ୍ରିୟାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ପତଞ୍ଜଳୀର କହିବା କଥା ଆୟକର ବିଭାଗର ଆସେଟମେଣ୍ଟ ଅଧିକାରୀ ନିଜର ଦାୟିତ୍ଵରୁ ବର୍ତ୍ତିବା ପାଇଁ ସ୍ଵତନ୍ତ୍ର ଯାଞ୍ଚ କରୁଛନ୍ତି। ଏହା ଉପରେ ଆୟକର ବିଭାଗ କୋର୍ଟରେ କହିଛନ୍ତି ଯେ ସ୍ଵତନ୍ତ୍ର ଯାଞ୍ଚ ଏଥିପାଇଁ ଆବଶ୍ୟକ କାରଣ କମ୍ପାନୀରେ ଖାତାରେ ବହୁତ ଗଡ଼ବଡ଼ ରହିଛି।