ବାର୍ଦ୍ଧକ୍ୟରୁ ରକ୍ଷା କରିବ ଆଳୁ

0

ଶରୀରରେ ବାର୍ଦ୍ଧକ୍ୟକୁ ରୋକିବ ଆଳୁ । ଏବେ ବୈଜ୍ଞାନିକମାନେ ଜାମୁକୋଳି ରଙ୍ଗର ଏକ ଆଳୁ ବିକଶିତ କରିଛନ୍ତି ଏହା ବାର୍ଦ୍ଧକ୍ୟକୁ ରୋକିବାରେ ସାହାଯ୍ୟ କରିବ । ଏହି ଆଳୁରେ ତିନିଗୁଣ ଭିଟାମିନ୍‌-ସି’ ରହିବ । ଏଥିରେ ଅକ୍ସିକରଣ ନିରୋଧକମାତ୍ରା ଚାରିଗୁଣ ଅଧିକ ରହିବ । ଏହି କିସମର ଆଳୁକୁ ଟେଷ୍ଟଟୁ୍ୟବ୍‌ରେ ପ୍ରସ୍ତୁତ କରାଯାଏ ପରେ ଏହାର ଚାରାକୁ ଏହାକୁ କ୍ଷେତରେ ଲଗାଯାଏ । ରୁଷ୍‌ର ଉରାଲ୍‌ପ୍ରଦେଶର କୃଷି ବୈଜ୍ଞାନିକମାନେ ଏହି ନୂଆ କିସମର ଆଳୁ ବାହାର କରିଛନ୍ତି । ଏହି ଆଳୁ ସାଧାରଣତଃ ବିଟ୍‌ ଭଳି ଦେଖାଯାଏ । ଆଳୁର ଶଙ୍କରଜାତୀୟ ଫଳ ହେଉଛି ଜାମୁକୋଳି ରଙ୍ଗର ଆଳୁ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ବୃଦ୍ଧାବସ୍ଥାରେ ବୟସର ଛାପ ପଡିବାକୁ ଦିଏନାହିଁ । ଏହାର ସ୍ୱାଦ ସାଧାରଣ ଆଳୁ ଅପେକ୍ଷା ଟିକିଏ ଅଲଗା ହେବ । ଜାମୁକୋଳି ରଙ୍ଗର ଆଳୁ ପ୍ରସ୍ତୁତ କରିବା ପାଇଁ ପାଖାପାଖି ୫ବର୍ଷ ଲାଗିଯାଇଥିଲା । ଏହି ପାଞ୍ଚବର୍ଷ ମଧ୍ୟରେ ବୈଜ୍ଞାନିକମାନେ ଆଳୁର ପାଖାପାଖି ୨୦ଟି କିସମ ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.