କୋଚି, ୧୩/୧୧ : କେରଳର କୋଚିନ ବିମାନବନ୍ଦରଠାରେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଛି ଜୀବନ୍ତ ବିଷାକ୍ତ ସାପ । ଅବୁଧାବୀ ଯାଉଥିବା ଏହି ଯାତ୍ରୀଙ୍କ ହ୍ୟାଣ୍ଡବ୍ୟାଗର ସ୍କାନ କରିବା ସମୟରେ ଏହି ଘଟଣାଟି ସାମ୍ନାକୁ ଆସିଥିଲା । ତେବେ ଯାତ୍ରୀଙ୍କ ବ୍ୟାଗରୁ ଉଦ୍ଧାର କରାଯାଇଥିବା ସାପଟି ବିଷାକ୍ତ ହୋଇଥିବା ସୂଚନା ମିଳିଛି । ବ୍ୟାଗରେ ସାପ ମିଳିବା କାରଣରୁ ସିଆଇଏସଏଫ ପକ୍ଷରୁ ଯାତ୍ରୀଙ୍କୁ ବିମାନରେ ଚଢିବାକୁ ବାରଣ କରାଯାଇଥିଲା ଏବଂ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ସିଆଇଏସଏଫର ଅଧିକାରୀ କହିଥିଲେ କି, ସବ ଇନ୍ସପେକଫର ପିକେ ମୌର୍ଯ୍ୟ ସ୍କାନିଂ ସମୟରେ ଜିନିଷ ଉପରେ ବିଶେଷ ଧ୍ୟାନ ଦେଇଥିଲେ । ଏହି ସମୟରେ ତାଙ୍କୁ ଏକ ହ୍ୟାଣ୍ଡ ବ୍ୟାଗରେ ସାପ ଭଳି କିଛି ନଜର ଆସିଥିଲା । ସେ ତୁରନ୍ତ ଏହି ବ୍ୟାଗକୁ ଉଠାଇଥିଲେ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହି ବ୍ୟାଗଟି ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ୪୧୯ରେ ଆବୁଧାବି ଅଭିମୁଖେ ଯାତ୍ରା କରିବାକୁଥିବା କେରଳ ପଲକଡ୍ ନିବାସୀ ଜଣେ ଯାତ୍ରୀଙ୍କର ବୋଲି ସୂଚନା ମିଳିଛି ।