ବଢ଼ୁଛି ଟ୍ରାଇବାଲ୍‌ ପ୍ରିଣ୍ଟ୍‌ କ୍ରେଜ୍‌

0

ଯୁଗ ପରିବର୍ତ୍ତନ ସହ ଭିନ୍ନ ଭିନ୍ନ ଫ୍ୟାଶନ୍‌ ମଧ୍ୟରୁ ବର୍ତ୍ତମାନ ଟ୍ରାଇବାଲ୍‌ ଫ୍ୟାଶନ୍‌ର କ୍ରେଜ୍‌ ବଢିଆରେ ଲାଗିଛି । ଏବେ ଏହି ଫ୍ୟାଶନ୍‌ ଏକ ଷ୍ଟାଇଲିସ୍‌ ଟ୍ରେଣ୍ଡର ରୂପ ନେଲାଣି । ନୂଆ କରି ଆଗମନ ହୋଇଥିବା ଏହି ଫ୍ୟାଶନ୍‌କୁ ଖାସ୍‌କରି ଝିଅମାନେ ଖୁବ୍‌ ପସନ୍ଦ କରୁଛନ୍ତି । ଟ୍ରାଇବାଲ ଫ୍ୟାଶନ୍‌ ଯୁକ୍ତ ଶାଢ଼ି ସବୁ ପ୍ରକାର ପର୍ବପର୍ବାଣୀ ସହ ଆପଣ ପ୍ରତିଟି ସ୍ଥାନକୁ କ୍ୟାରି କରି ଯାଇପାରିବେ । ଭାରତୀୟ ସଂସ୍କୃତିରେ ଶାଢିର ବିଶେଷ ମହତ୍ତ୍ୱ ରହିଛି । ଭାରତର ବିଭିନ୍ନ ପ୍ରାନ୍ତରେ ଶାଢିର ବିଭିନ୍ନ ପ୍ରକାର ଡିଜାଇନ୍‌ ଦେଖିବାକୁ ମିଳିଥାଏ । ଏବେ ଶାଢ଼ିରେ ଟ୍ରାଇବାଲ୍‌ ପ୍ରିଣ୍ଟ କରାଯାଇ ବଜାରକୁ ଛଡାଯାଉଛି । ଏହି ଫ୍ୟାଶନ୍‌ରେ ଶାଢିର ଆକର୍ଷଣୀୟ ଟ୍ରାଇବାଲ୍‌ ଆର୍ଟ ଏବଂ ଏମ୍ରୋଡୋରି କରାଯାଇଥିବାର ଦେଖାଯାଉଛି । ସାଧାରଣତଃ ସବୁ ବର୍ଗର ମହିଳାମାନେ ଏହି ଶାଢ଼ିକୁ ପସନ୍ଦ କରୁଛନ୍ତି । ସେହିପରି ଟ୍ରାଇବାଲ୍‌ ପ୍ରିଣ୍ଟର ଚୁଡିଦାର ଲେହେଙ୍ଗା, ଚୁଡି , ଅଳଙ୍କାର ଆଦି ବେଶ୍‌ ଟ୍ରେଣ୍ଡରେ ଅଛି ।

Leave A Reply

Your email address will not be published.