ଭାଇରସ୍ କହିଲେ ମନରେ ଜୀବାଣୁ ଅବା କିଛି କ୍ଷତିକାରକ ସୂକ୍ଷ୍ମଜୀବଙ୍କ ପ୍ରଭାବ କଥା ମନକୁ ଆସେ । ସେହିପରି କଂପୁଟରରେ ଭାଇରସ୍ ରହିଲେ କାର୍ଯ୍ୟ କରିବା କ୍ଷମତା କମିଯାଇଥାଏ । କିନ୍ତୁ ନାନୋଟେକ୍ନୋଲୋଜି ଜୈବିକ ଭାଇରସ୍ ଓ କମ୍ପୁ୍ୟଟର ମଧ୍ୟରେ ଚ୍ୟାଲେଞ୍ଜ ରୂପେ ଉଭା ହୋଇଛି । ଏହା ସାହାଯ୍ୟରେ କମ୍ପୁ୍ୟଟରର କ୍ଷୀପ୍ରତାକୁ ବୃଦ୍ଧି କରାଯାଇପାରିବ । ସୂଚନାନୁସାରେ, ବୈଜ୍ଞାନିକମାନେ ଏମ୍୧୩ ବ୍ୟାକେଫରିୟୋଫେଜ୍ ଭାଇରସ୍ ଦ୍ୱାରା କମ୍ପୁ୍ୟଟରର କାର୍ଯ୍ୟ କରିବା କ୍ଷମତାକୁ ବଢାଯିବ । କମ୍ପୁ୍ୟଟରର କ୍ଷୀପ୍ରତା ବଢେଇବାକୁ ହେଲେ ମିଲିସେକେଣ୍ଡର ସମୟକୁ କମ୍ କରାଯିବ । ଏହି ଟାଇମ୍ ଡିଲ୍ ରାମ୍ ଓ ହାର୍ଡ ଡ୍ରାଇଭ୍ ମଧ୍ୟରେ ଷ୍ଟୋରେଜ କାରଣରୁ ହୋଇଥାଏ । ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ଡିଜାଇନ୍ର ଅଧ୍ୟକ୍ଷଙ୍କ ମତରେ, ଫେଜ୍-ଚେଞ୍ଜ ମେମୋରୀ ଏଥିନିମିତ୍ତ ଉପକାରୀ ହୋଇପାରିବ । ଏହା ରାମ୍ ଭଳି କ୍ଷୀପ୍ର ଓ ହାର୍ଡଡ୍ରାଇଭ୍ରେ ବେଶୀ ଡାଟା ଷ୍ଟୋର ମଧ୍ୟ କରିଥାଏ । ଏହି ପ୍ରକ୍ରିୟା ପାଇଁ ତାପମାତ୍ର ସମସ୍ୟା ରୂପେ ଉଭା ହୋଇଥାଏ । ଫେଚ୍-ଚେଞ୍ଜ ମେମୋରୀ ମ୍ୟାଟେରିୟାଲ୍ଟି ୩୪୭ ଡିଗ୍ରୀ ସେଲ୍ସିୟସ୍ରେ ଭାଙ୍ଗିଯାଏ । କମ୍ପୁ୍ୟଟର ଚିପ୍ର ନିର୍ମାଣ ପ୍ରକ୍ରିୟାର ତାପମାତ୍ରା ଖୁବ୍ ଅଧିକ ହୋଇଥାଏ । ଏମ୍୧୩ ବ୍ୟାକେଫରିଆଫେଜ୍ ସାହାଯ୍ୟରେ ତାପମାତ୍ରାକୁ ନିୟନ୍ତ୍ରଣ କରାଯାଇ କମ୍ପୁ୍ୟଟର ଚିପ୍ର ବ୍ୟବହାର କରିବା ସମ୍ଭବ ହୋଇପାରିବ ।