ଆସାମ,୨୪/୧୨: ଭାରତର ଦୀର୍ଘତମ ରେଳ ଓ ସଡ଼କ ପୋଲର ନିର୍ମାଣ କାର୍ଯ୍ୟ ସରିଛି। ୨ଟି ଥାକରେ ନିର୍ମାଣ କରାଯାଇଥିବା ଏହି ପୋଲରେ ଏକାଥରେ ଟ୍ରେନ୍ ଓ ଯାନବାହନ ଚଳାଚଳ କରିପାରିବ। ଆସାମ ଦିବ୍ରୁଗଡର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇଥିବା ଏହି ଡବଲ ଡେକର ରେଳ ଓ ସଡ଼କ ପୋଲର ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କରିବାର କାର୍ଯ୍ୟକ୍ରମ ରହିଛି। ଏହି ପୋଲର ନାମ ‘ବୋଗିବିଲ’ ବ୍ରିଜ୍ ରଖାଯାଇଛି। ଏହାର ନିର୍ମାଣ ପାଇଁ ପ୍ରାୟ ୫ହଜାର ୯ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୪.୯୪ କିଲୋମିଟର ଲମ୍ବା ଏହି ପୋଲ ଭାରତର ଶକ୍ତି ବୃଦ୍ଧିକରିବାରେ ବଡ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। ପରିବହନ କ୍ଷେତ୍ରରେ ଏହା ସେନାଙ୍କୁ ସହାୟକ ହେବ।