ଭାରତୀୟ ରେଲଓ୍ଵେରେ ବିନା ଇଞ୍ଜିନରେ ଘଣ୍ଟା ପ୍ରତି ୧୭୦ କିମିରେ ଚାଲିଲା ଟ୍ରେନ

0

ନୂଆଦିଲ୍ଲୀ,୨/୧୨: ଭାରତୀୟ ରେଲଓ୍ଵେର ପ୍ରଥମ ବିନା ଇଞ୍ଜିନ ବିଶିଷ୍ଟ ଟ୍ରେନ ସ୍ପିଡ ମାମଲାରେ ନୂତନ ରେକର୍ଡ କରିଛି। ଟ୍ରେନ-୧୮ ଟ୍ରାଏଲ ସମୟରେ ଘଣ୍ଟା ପ୍ରତି ୧୮୦ କିଲୋମିଟରରୁ ଅଧିକ ବେଗରେ ଦୌଡ଼ି ଦେଶର ସବୁଠୁ ଦ୍ରୁତ ବେଗରେ ଯାତ୍ରା କରୁଥିବା ଟ୍ରେନରେ ପରିଣତ ହୋଇଛି। ଏହି ଟ୍ରେନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୨୦ କିମି ହୋଇ ପାରିବ।
ଏହା ପୂର୍ବରୁ ଭାରତୀୟ ରେଳ ଲାଇନରେ ଟ୍ୟାଲଗୋ ଟ୍ରେନ ୧୮୦ କିମି ବେଗରେ ଦୌଡ଼ିଥିଲା। ମାତ୍ର ତାହା ସ୍ପେନର ଟ୍ରେନ ଥିଲା। ବର୍ତ୍ତମାନ ସମୟରେ ଭାରତର ସବୁଠୁ ଦ୍ରୁତ ବେଗରେ ଗତି କରୁଥିବା ଟ୍ରେନ ଗତିମାନ ଏକ୍ସପ୍ରେସ ଦିଲ୍ଲୀରୁ ଝାନ୍ସି ମଧ୍ୟରେ ସର୍ବାଧିକ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଯାତ୍ରା କରିଥାଏ।

ଆଗାମୀ ପିଢିର ଟ୍ରେନ କୁହାଯାଉଥିବା ଟ୍ରେନ-୧୮ର ପରୀକ୍ଷଣ ଦିଲ୍ଲୀ-ମୁମ୍ବାଇ ରାଜଧାନୀ ରୁଟରେ କରାଯାଉଛି। ଶନିବାର ପରୀକ୍ଷଣ ସମୟରେ ଟ୍ରେନ ଘଣ୍ଟା ପ୍ରତି ୧୭୦ କିମି ବେଗରେ ଦୌଡ଼ିଥିବା ବେଳେ ରବିବାର ଏହା ନୂତନ ରେକର୍ଡ ସୃଷ୍ଟି କରିଛି। ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଏକ ଭିଡ଼ିଓ ସେୟାର କରି କହିଛନ୍ତି ଯେ ଏତେ ବେଗରେ ମଧ୍ୟ ଟ୍ରେନକୁ ଝଟକା ଲାଗି ନାହିଁ।

ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ଏହି ଟ୍ରେନ ବିନା ଇଞ୍ଜିନରେ ଯାତ୍ରା କରିବ। ଯାହାର ପ୍ରଥମ କୋଚରେ ଡ୍ରାଇଭିଙ୍ଗ ସିଷ୍ଟମ ଲାଗିଛି। ଏଥିରେ ୪୪ ସିଟ୍ ରହିଛି। ଏହି ଟ୍ରେନ ସଂପୂର୍ଣ୍ଣ ରୂପେ କମ୍ପ୍ୟୁଟର ସଞ୍ଚାଳିତ। ଏହାକୁ ବିଶେଷ କରି ବୁଲେଟ୍ ଟ୍ରେନର ମଡେଲ ପରି ପ୍ରସ୍ତୁତ କରାଯାଇଛି। ଟ୍ରେନର ନିର୍ମାଣ ଉପରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟ୍ରେନର ନିର୍ମାଣ ୧୮ ମାସରେ ହୋଇଛି।

Leave A Reply

Your email address will not be published.