ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

କେନ୍ଦ୍ରାପଡ଼ା, ୨୧/୧୨: ବେଆଇନ ସମ୍ପତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ଜମପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ରଞ୍ଜନ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ଶ୍ରୀ ନାୟକଙ୍କ କଳପଡ଼ାସ୍ଥିତ ବାସଭବନ, ଶଶୁରଘର, ଜମପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଅଫିସ୍‌ ଏବଂ ସଡୁଙ୍କ ଘରେ ହୋଇଥିଲା । ତେବେ ରଞ୍ଜନଙ୍କ ଘରୁ ୫ଟି ଟ୍ରକ୍‌, ୫୦୦ ଗ୍ରାମ ସୁନା, ୨ଟି ମୋଟର୍‌ ସାଇକେଲ୍‌, ଗୋଟିଏ ଅଲେଫା କାର୍‌ ଓ ପ୍ରାୟ ଦେଢ଼ କୋଟିରୁ ଊଦ୍ଧ୍ୱର୍ ଟଙ୍କା ମୂଲ୍ୟର ଅନ୍ୟାନ୍ୟ ସମ୍ପତ୍ତି ଜବତ ହୋଇଛି ।