ହିନ୍ଦୁ ଧର୍ମରେ ଆସ୍ଥା ରଖୁଥିବା ଅନେକ ବ୍ୟକ୍ତି ନିଜ ମଥାରେ ବିଭୂତି ଲଗାଉଥିବା ଦେଖିବାକୁ ମିଳିଥାଏ । ଆପଣ ମଧ୍ୟ ନିଜ ଆଖ ପାଖର ବ୍ୟକ୍ତିଙ୍କୁ ବିଭୂତି ଲଗାଉଥିବାର ଦେଖିଥିବେ । କି;ୁ ଆପଣ ଜାଣିଛନ୍ତି କି ମଥାରେ ବିଭୂତି କାହିଁକି ଲଗାଯାଏ ? ଏହା ଲଗାଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ ? ଯଦି ଜାଣି ନାହାନ୍ତି ଆସ;ୁ ଜାଣିବା ଏହାର ମହତ୍ୱ ସମ୍ବନ୍ଧରେ । ବିଭୂତି ଏକ ପ୍ରକାର ପାଉଁଷ । ହିନ୍ଦୁ ଧର୍ମରେ ଏହାକୁ ଖୁବ୍ ପବିତ୍ର ବୋଲି କୁହାଯାଇଥାଏ । ହିନ୍ଦୁ ଧର୍ମରେ ୨ ପ୍ରକାର ପବିତ୍ର ପାଉଁଷକୁ ବ୍ୟବହାର କରାଯାଇଥାଏ । ଏଥି ମଧ୍ୟରୁ ଗୋଟିଏକୁ ଭଷ୍ମ ବା ବିଭୂତି ବୋଲି କୁହାଯାଏ, ଯାହା ଶ୍ମଶାନ ଭୂମିରୁ ପ୍ରାପଦତ କରାଯାଏ । ଅନ୍ୟ ପବିତ୍ର ପାଉଁଷଟିକୁ ସୁଖା ଗୋବରରୁ ପ୍ରସ୍ତୁତ କରାଯାଏ । ସାଧୁ ସନ୍ତମାନେ ଏହି ପାଉଁଷ ବା ବିଭୂତିକୁ ଆସ୍ଥା ଏବଂ ଶ୍ରଦ୍ଧାର ସହ ବ୍ୟବହାର କରନ୍ତି । ମଥାରେ ବିଭୂତି ଲଗାଇବା ଦ୍ୱାରା ବ୍ୟକ୍ତି ମଧ୍ୟରେ ଥିବା ନକାରାତ୍ମକ ଶକ୍ତିର ନାଶ ହୋଇଯାଏ ଏବଂ ସେ ସକାରାତ୍ମକ ଚିନ୍ତାଧାରା ବା ବିଚାରକୁ ଧାରଣ କରିଥାଏ । ବିଭୂତି ଲଗାଉଥିବା ବ୍ୟକ୍ତି ମାନସିକ ରୂପରୁ ଖୂବ୍ ଶାନ୍ତ ସ୍ୱଭାବର ହୋଇଥାନ୍ତି । କୌଣସି ନିଷ୍ପତି ନେବା ଆଗରୁ ଭାବିଚିନ୍ତି କାମ କରନ୍ତି । ଏପରି ବ୍ୟକ୍ତି ଅଧର୍ଯ୍ୟ ହୁଅନ୍ତି ନାହିଁ କିମ୍ବା ଡରନ୍ତି ନାହିଁ । ନିଜ ଜୀବନରେ ଖୁବ୍ ଉନ୍ନତି କରନ୍ତି ।