ମଧ୍ୟପ୍ରଦେଶ – ରାଜସ୍ଥାନରେ କିଙ୍ଗ୍‌ ମେକର ବିଏସ୍‌ପି

0

ଭୋପାଳ,୧୨/୧୨: ସରକାର ଗଠନ ପାଇଁ ମଧ୍ୟପ୍ରଦେଶରେ କିଙ୍ଗ୍‌ ମେକରଙ୍କ ଆବଶ୍ୟକତା ରହିଥିବାବେଳେ କଂଗ୍ରେସକୁ ମାୟାବତୀଙ୍କ ବିଏସ୍‌ପି ସହଯୋଗର ହାତ ବଢ଼ାଇଛି। ନେଇ ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ ଘୋଷଣା କରିଛନ୍ତି। ଭାଜପାର ମନ୍ଦ ଉଦ୍ଦେଶ୍ୟକୁ ସେ ପୂରଣ କରିବାକୁ ଦେବେ ନାହିଁ ବୋଲି ସୂଚନା ଦେଇଛନ୍ତି। ମଧ୍ୟପ୍ରଦେଶର ୨୩୦ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୧୧୪ ଆସନ ହାସଲ କରି ସରକାର ଗଠନ ପାଇଁ ଆବଶ୍ୟକ ୧୧୬ ମ୍ୟାଜିକ୍‌ ନମ୍ବରଠାରୁ ୨ଟ ଆସନ ପଛୁଆ ରହିଛି। ତେବେ ମାୟାବତୀଙ୍କ ସହଯୋଗ ଏହି ଅଭାବକୁ ପୂରଣ କରିବାକୁ ସକ୍ଷମ ହେବ। ସେହିପରି ରାଜସ୍ଥାନରେ ୧୯୯ ଟି ଆସନ ମଧ୍ୟରୁ କଂଗ୍ରେସ ପାଖରେ ୯୯ ଆସନ ରହିଥିବାବେଳେ ବିଏସ୍‌ପି ୬ଟି ଆସନ ଯୋଗାଇଦେବ। ଫଳରେ କଂଗ୍ରେସ ୧୦୫ଟି ଆସନ ବଳରେ ସହଜରେ ସରକାର ଗଠନ କରିବାକୁ ସକ୍ଷମ ହେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Leave A Reply

Your email address will not be published.