ମହମବତୀର ପ୍ରଭାବ

0

କ’ଣ ଆପଣ ଜାଣିଛନ୍ତି, ଘରେ ପ୍ରଜ୍ଜୋଳନ କରାଯାଉଥିବା ଛୋଟ ମହମବତୀ ବି ଆପଣଙ୍କ ଘର ଓ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଏହା ଘରର ବଡରୁ ବଡ ଅସୁବିଧାର ନିବାରଣ କରିଥାଏ । ଚୀନ୍‌ ଶାସ୍ତ୍ର ପେଙ୍ଗସୁଇ ଅନୁସାର ମହମବତୀକୁ ଘରେ ଲଗାଇବା ଭବିଷ୍ୟତରେ ଆସୁଥିବା ସମସ୍ୟା ସହ ମୁକାବିଲା କରିହୁଏ । ଏହାସହ ଘରେ ସକାରାତ୍ମକ ଉର୍ଜା ପ୍ରବେଶ କରିଥାଏ । ଘରର ଉତ୍ତର ଦିଗରେ ଧଳା ରଙ୍ଗର ମହମବତୀ ରଖିଲେ ରଚନାତ୍ମକ ବିକାଶ ଦେଖିବାକୁ ମିଳେ ବୋଲି କୁହାଯାଏ । ଯଦି ଆପଣଙ୍କ ପିଲା ପାଠ ପଢାରେ ମନନିବେଶ କରୁନାହିଁ ତେବେ ଆପଣ ଘରର ଉତ୍ତର ପର୍ବ ଦିଗରେ ସବୁଜ ରଙ୍ଗର ମହମବତୀ ରଖିପାରିବେ । ଫେଙ୍ଗସୁଇ ମୁତାବକ, ଘରର ଶାନ୍ତିପୂର୍ଣ୍ଣ ବାତାବରଣ ପାଇଁ ଲୋକେ ଗୋଲାପି ଓ ହଳଦିଆ ରଙ୍ଗର ମହମବତୀ ଲଗାଇଥାନ୍ତି ।

Leave A Reply

Your email address will not be published.